ଭାରତ ହରାଇଲା ‘ରତ୍ନ’: ମନେ ପଡ଼ନ୍ତି ସିଟିଜେନ୍ ପ୍ରେସିଡେଣ୍ଟ, ଏମିତି ମନେ ପକାଇଲେ ନେତା, ମନ୍ତ୍ରୀ, ଜନତା….

ଭାରତ ହରାଇଲା ‘ରତ୍ନ’: ମନେ ପଡ଼ନ୍ତି ସିଟିଜେନ୍ ପ୍ରେସିଡେଣ୍ଟ, ଏମିତି ମନେ ପକାଇଲେ ନେତା, ମନ୍ତ୍ରୀ, ଜନତା….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରଣବ ମୁଖାର୍ଜୀ, କେବଳ ଏକ ନାମ ନୁହେଁ, ସେଥିରେ ଭାରତର ରତ୍ନ । ଆଉ ଆଜି ଏହି ରତ୍ନକୁ ହରାଇଛି ଭାରତ । ରତ୍ନକୁ ଝୁରୁଛି ଦେଶ । ପ୍ରଣବ ଦା’ଙ୍କ ଆବର୍ତ୍ତମାନରେ ଭାରତୀୟ ରାଜନୀତିରେ ଗୋଟିଏ ଯୁଗର ଅବସାନ ଘଟିଛି । ପାଞ୍ଚ ଦଶନ୍ଧିର ରାଜନୀତି ଶେଷ ହୋଇଛି । ଶେଷ କୃତ୍ୟ ସମ୍ପନ୍ନ ପୂର୍ବରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆଜି ପ୍ରଣବ ଦାଙ୍କ ଅନ୍ତିମ ଦର୍ଶନ କରି ଆତ୍ମଗର ସଦଗତି କାମନା କରିଛନ୍ତି ।

୫୦ ବର୍ଷ ଧରି ପ୍ରଣବ ଭାରତୀୟ ରାଜନୀତିରେ ସକ୍ରିୟ ଥିଲେ । ସେ ପ୍ରଥମ ଥର ପାଇଁ ୧୯୬୯ରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜନୀତିକୁ ଆସିଥିଲେ । ଇନ୍ଦିରା ଗାନ୍ଧିଙ୍କ ମନ୍ତ୍ରିମଣ୍ଡଳରେ ସମ୍ଭାଳିଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ । ୧୯୮୨ରୁ ୮୪ ପଯର୍ୟନ୍ତ ପ୍ରଥମ ଥର ପାଇଁ ହୋଇଥିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ । ଏତେ ଯୁବ ବୟସରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିବା ସେତେବେଳେ ବେଶ୍ ଚର୍ଚ୍ଚିତ ଘଟଣା ଥିଲା । ଇନ୍ଦିରା ଗାନ୍ଧିଙ୍କ ବହୁତ ଘନିଷ୍ଠ ଥିଲେ ପ୍ରଣବ ଦା ।

ଇନ୍ଦିରାଙ୍କ ମୃତ୍ୟୁରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୧୯୮୬ରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା । କୁହାଯାଏ, ଇନ୍ଦିରାଙ୍କ ହତ୍ୟା ପରେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରିଥିଲେ ପ୍ରଣବ । ନିଜେ ଏକ ଦଳ ବି ଗଠନ କରିଥିଲେ, କିନ୍ତୁ ତାଙ୍କୁ ବିଶେଷ ସଫଳତା ମିଳିନଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ପୁଣି ଦଳକୁ ଫେରିଥିଲେ ପ୍ରଣବ । ୧୯୯୧ରେ ଯୋଜନା କମିଶନ ଉପାଧ୍ୟକ୍ଷ ହୋଇଥିଲେ । ୧୯୯୫ରେ ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ । ୨୦୦୨୪ରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ୟୁପିଏ ସରକାର ସମୟରେ ନମ୍ବର ଟୁ ଥିଲେ ପ୍ରଣବ । ସେତେବେଳର ମେଣ୍ଟ ସରକାରରେ ଯେତେବେଳେ ମଧ୍ୟ କୌଣସି ସମସ୍ୟା ସୃୃଷ୍ଟି ହେଉଥିଲା, ସେତେବେଳେ ସଂକଟ ମୋଚକ ସାଜି ସରକାରକୁ ବିପଦରୁ ଉଦ୍ଧାର କରୁଥିଲେ ପ୍ରଣବ ଦା ।

ସବୁ ରାଜନୈତିକ ଦଳର ନେତାଙ୍କ ସହିତ ଭଲ ସଂପର୍କ ଥିବାରୁ ଯେକୌଣସି ବିଷୟରେ ରାଜନୈତିକ ସହମତି ଦରକାର ହେଲେ, ପ୍ରଣବ ମୁଖାର୍ଜୀଙ୍କୁ ଡକରା ପଡୁଥିଲା । ପ୍ରତିରକ୍ଷା, ବୈଦେଶିକ ବ୍ଯାପାର ଓ ଅର୍ଥମନ୍ତ୍ରୀ ଭଳି ଟପ୍ ପଦବୀ ଅଳଙ୍କୃତ କରିଥିଲେ ପ୍ରଣବ ମୁଖାର୍ଜୀ ।  ୨୦୧୨ରୁ ୨୦୧୭ ପଯର୍ୟନ୍ତ ସେ ହୋଇଥିଲେ ଦେଶର ରାଷ୍ଟ୍ରପତି, ସୁପ୍ରିମ କମାଣ୍ଡର । ଗତ ବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ଭୂଷିତ କରାଯାଇଥିଲା ।  … 

%d bloggers like this: