ପ୍ରଣାମ ପ୍ରଣବ: ଅନ୍ତିମ ଦର୍ଶନ ବେଳେ ଭାବ ବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ପ୍ରଣାମ ପ୍ରଣବ: ଅନ୍ତିମ ଦର୍ଶନ ବେଳେ ଭାବ ବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରତ୍ନକୁ ହରାଇ ଏବେ ଶୋକରେ ବୁଡ଼ିଛି ପୂରା ଦେଶ । ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ନଜ କୋହକୁ ସମ୍ଭାଳିପାରିନାହାନ୍ତି । ସେ ପ୍ରଣବ ଦାଙ୍କ ଏମିତି ଚାଲିଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ପ୍ରତ୍ୟୁଷରୁ ରାଜାଜୀ ମାର୍ଗସ୍ଥିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ପ୍ରଣବ ଦା’ଙ୍କ ଅନ୍ତିମ ଦର୍ଶନ କରିଛନ୍ତି ।

ଗତକାଲି ପ୍ରଣବ ଦାଙ୍କ ପରଲୋକ ଘଟିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଶୋକବାର୍ତ୍ତାରେ ପ୍ରଣବଙ୍କୁ ଭାରତମାତାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ବର୍ଣ୍ଣନା କରି ତାଙ୍କ ମୃତ୍ଯୁରେ ଏକ ଯୁଗର ଅବସାନ ଘଟିଥିବା କହିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଣବ ଦାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ ପ୍ରଣବ ମୁଖାର୍ଜୀଙ୍କ ତାଙ୍କ ପ୍ରତି ଥିବା ଦିଗଦର୍ଶନ, ସାହାଯ୍ଯ ଓ ଆଶୀର୍ବାଦ କଥା ମନେପକାଇଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ  ଶୋକ ବ୍ୟକ୍ତ କରି ପ୍ରଣବ ପ୍ରଗାଢ ଦେଶଭକ୍ତି ଥିବା ଜଣେ ପ୍ରବୀଣ ରାଜନେତା ବୋଲି  କହିଛନ୍ତି।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୋକ ବ୍ଯକ୍ତ କରିଛନ୍ତି ପ୍ରଣବଙ୍କ ବିୟୋଗରେ ସେ ମର୍ମାହତ ବୋଲି ଟୁଇଟ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ତାଙ୍କ ଶୋକବାର୍ତାରେ ଦେଶ ଜଣେ ଯୋଗ୍ଯ ସନ୍ତାନ ଓ ଜଣେ  ଦକ୍ଷ  ପାର୍ଲିଆମେଣ୍ଟାରିାଆନଙ୍କୁ ହରାଇଲା ବୋଲି କହିଛନ୍ତି।  ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ପ୍ରଣବଙ୍କୁ ଜଣେ ସୁବକ୍ତା ଓ ରାଜନୀତିରେ ଧୁରନ୍ଧର ଜଣେ ପ୍ରତିଭାଧାରୀ ବ୍ୟକ୍ତିତ୍ୱ ଥିଲେ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରି ପ୍ରଣବଙ୍କ  ପରଲୋକ ତାଙ୍କ ବ୍ଯକ୍ତିଗତ କ୍ଷତି ବୋଲି କହିଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା ବି  ଶୋକ ପ୍ରକାଶ କରିଛନ୍ତି।

%d bloggers like this: