ସୀମାନ୍ତରେ ସୈନିକମାନଙ୍କ ପଛରେ ଦେଶ ଛିଡା ହୋଇଥିବା ବାର୍ତ୍ତା ଦେବା ସଂସଦର ଦାୟିତ୍ୱ: ପ୍ରଧାନମନ୍ତ୍ରୀ

ସୀମାନ୍ତରେ ସୈନିକମାନଙ୍କ ପଛରେ ଦେଶ ଛିଡା ହୋଇଥିବା ବାର୍ତ୍ତା ଦେବା ସଂସଦର ଦାୟିତ୍ୱ: ପ୍ରଧାନମନ୍ତ୍ରୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭାରତର ସୀମା ସରହଦର ସୁରକ୍ଷାରେ ମୁତୟନ ସେନା ଓ ପ୍ରତିଟି ଯବାନଙ୍କ ପଛରେ ପୂରା ଦେଶ ଛିଡ଼ା ହୋଇଛି । ଏହି ବାର୍ତ୍ତା ସେନାକୁ ଦେବା ସଂସଦର ଦାୟିତ୍ୱ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ ମୋଦି ଉଲ୍ଲେଖ କରିଛନ୍ତି ଯେ, ଲଦାଖରେ ଚୀନ୍ ସହିତ ସୀମା ବିବାଦ ଉଗ୍ର ରୂପ ନେଇଥିବା ବେଳେ ଆମ ଯବାନ ଦୃଢ଼ତାର ସହ ସେ ସସବୁର ସାମ୍ନା କରୁଛନ୍ତି । ସବୁ ପ୍ରତିକୁଳ ପରିସ୍ଥିତି ସତ୍ତ୍ୱେ ବିଜୟ ଆଡ଼କୁ ଅଗ୍ରସର ହେବାର ଯୋଶ ରଖୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହରୁ କହିଛନ୍ତି ଯେ,  “ଏହି ସଂସଦ, ଏହାର ପ୍ରତ୍ୟେକ ସଦସ୍ୟ ଏହି ସ୍ୱରକୁ ଗୋଟିଏ ସ୍ୱରରେ, ଗୋଟିଏ ଭାବନା ଏବଂ ଗୋଟିଏ ସଂକଳ୍ପରେ ଦେବେ ଯେ ଦେଶ ଆମର ସୈନିକମାନଙ୍କ ପଛରେ ଠିଆ ହୋଇଛି ।

ମୋଦି ଆଜି ସଂସଦ ଓ ସେନାକୁ ନେଇ ଏମିତି କହିବାର କାଣର ଏହା ଯେ, ଚୀନ୍ ସହ ସୀମା ବିବାଦକୁ ନେଇ ସରକାରକୁ ବିରୋଧୀ ଘେରିବାକୁ ଥିବା ବେଳେ ମୋଦି ବିରୋଧୀଙ୍କୁ ଆଗୁଆ ବାକ୍ ଚତୁରୀର ଚିତ୍ କରିବାକୁ ଚାହିଁଛନ୍ତି ।  ସୀମା ପରିସ୍ଥିତିକୁ ନେଇ ବିତର୍କ ହେବାର ଆଶଙ୍କା ଅଧିକ ଥିବାରୁ କିଛି ବିରୋଧୀଦଳ ନେତା, ବିଶେଷକରି କଂଗ୍ରେସ, ଚୀନ୍ ସହିତ ସରକାରଙ୍କ ନିୟନ୍ତ୍ରଣକୁ ତୀବ୍ର ସମାଲୋଚନା କରିଥିଲେ ଏବଂ ଚଳିତ ଅଧିବେଶନର ମଧ୍ୟ ଏହି ପ୍ରସଙ୍ଗକୁ ମୁଖ୍ୟ ମୁଦ୍ଦା କରିବେ ସମସ୍ତ ବିରୋଧୀ ଦଳ।

ସଂସଦ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବ ଏବଂ ମୁଖ୍ୟ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବ ବୋଲି ଆଶା କରି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି ଯେ ସାଂସଦମାନେ ବିତର୍କରେ “ମୂଲ୍ୟ ଯୋଗ” କରିବେ। ଏହା ଆମର ଅଭିଜ୍ଞତା ଯେ ସଂସଦରେ ଯେତେ ଗଭୀର ଏବଂ ବିବିଧ ବିତର୍କ ଘଟେ, ଆଲୋଚନା ତଥା ଦେଶ ପାଇଁ ଏହା ଅଧିକ ଲାଭ ଆଣିଥାଏ ବୋଲି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଟିକା ଉପଲବ୍ଧ ହେବ ଏବଂ ଏହି ବିଶ୍ୱ ସଙ୍କଟରୁ ଲୋକଙ୍କୁ ସାହାଯ୍ୟ କରାଯିବ।

%d bloggers like this: