ମାସ୍କ ପିନ୍ଧି, ସାମାଜିକ ଦୂରତା ମାନି ସଂସଦକୁ ଆସିଲେ ସାଂସଦ; ସଂକ୍ରମଣକୁ ନେଇ ମୋଦି କହିଲେ ଏହି ସବୁ କଥା

ମାସ୍କ ପିନ୍ଧି, ସାମାଜିକ ଦୂରତା ମାନି ସଂସଦକୁ ଆସିଲେ ସାଂସଦ; ସଂକ୍ରମଣକୁ ନେଇ ମୋଦି କହିଲେ ଏହି ସବୁ କଥା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାମାଜିକ ଦୂରତା ଓ ସ୍ୱଚ୍ଛତାର ପାଳନ ସହ ସଂସଦକୁ ପ୍ରବେଶ କରିଛନ୍ତି ଲୋକସଭାର ସଦସ୍ୟ । ସଂସଦ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଡିଆକୁ ସମ୍ବୋଧିତ କରି କରୋନା କଟକଣା ମଧ୍ୟରେ ସଂସଦର ଅଧିବେଶନ ଆରମ୍ଭ ହେବା କେତେ ଯୁକ୍ତିଯୁକ୍ତ ସେ କଥା କହିଥିଲେ । ଏହା ସହ ସେ ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ ଉପୁଜିଥିବା ଯୁଦ୍ଧ ଭଳି ସ୍ଥିତି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି । ଗଣମାଧ୍ୟମର ପ୍ରତିନିଧୀଙ୍କ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶର ସେନା ପଛରେ ସବୁବେଳ ଦେଶ ଓ ଦେଶର ଜନତା ଛିଡ଼ା ହୋଇଛନ୍ତି ।କେବଳ ସେତିକି ନୁହେଁ ମହାମରୀ କରୋନାର ବିନାଶ ପାଇଁ ଦେଶର ବୈଜ୍ଞାନିକ ଲାଗିଛନ୍ତି କାମ କରୁଛନ୍ତି ସେମାନଙ୍କୁ ସଫଳତା ଖୁବ୍ ଶୀଘ୍ର ମିଳିବ ବୋଲି ଆଶା ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କରୋନା ମହାମାରୀ ଯୋଗୁଁ ଗୃହକାର୍ଯ୍ୟକୁ କାଟଛାଂଟ କରାଯାଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଦିନକୁ ମାତ୍ର ୪ ଘଂଟା ପାଇଁ ଚାଲିବ । କରୋନା ଭାଇରସ ଯେପରି ନ ବ୍ୟାପିବ ସେଥିପାଇଁ ଉଭୟ ଗୃହରେ ବ୍ୟାପକ ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିବେଶନ ପୂର୍ବରୁ ପାରମ୍ପରିକ ଭାବେ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି ।

ତେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଜିନେସ୍ ଆଡଭାଇଜରୀ କମିଟି ବୈଠକ ଡାକିଥିଲେ । ସଂସଦର ଏଜେଣ୍ଡା ନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ପ୍ରଶ୍ନକାଳ ବାତିଲକୁ ନେଇ ବିରୋଧ ଦଳର ସାଂସଦମାନେ ଆପତି ଉଠାଇଥିଲେ । ସେହିପରି ଭାରତ-ଚୀନ ସୀମା ବିବାଦ, ଦେଶର ଅର୍ଥନୀତି ଓ କରୋନା ମହାମାରୀ ଭଳି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବିରୋଧୀ ଦଳ । ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା କହିଛନ୍ତି ବାଚସ୍ପତି । ଲୋକସଭା ଓ ରାଜ୍ୟସଭା ପାଇଁ ଅଲଗା ଅଲଗା ସିଫ୍ଟ କରାଯାଇଛି ।

%d bloggers like this: