ପଠାନ ହେବ ଦେଶର ସବୁଠୁ ବଡ଼ ଇଭେଣ୍ଟ ଫିଲ୍ମ

ପଠାନ ହେବ ଦେଶର ସବୁଠୁ ବଡ଼ ଇଭେଣ୍ଟ ଫିଲ୍ମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ କହିଛନ୍ତି ପଠାନ ଫିଲ୍ମକୁ ସେ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ।ଏହି ବହୁଚର୍ଚ୍ଚିତ ଫିଲ୍ମରେ ଶାହାରୁଖଙ୍କ ସହ ଜନ ଅବ୍ରାହମ ଓ ଦୀପିକା ପାଦୁକୋନ ରହିଛନ୍ତି । ନିର୍ଦ୍ଦେଶକ କହିଛନ୍ତି ଫିଲ୍ମର ସ୍ପେନ ସିଡ୍ୟୁଲ ଖୁବ ସୁ୍‌ଦର ରହିଲା । ଏହାକୁ ନେଇ ଆମେ ଖୁବ୍ ରୋମାଞ୍ଚିତ ଅଛୁ । ଏହା ଏମିତି ଏକ ଫିଲ୍ମ ଯାହା ଆଡମ୍ବରରେ ପ୍ରସ୍ତୁତ କରାଯାଉଥିବା ବେଳେ ଆମେ ଯାହା ପାଇଛୁ ତାହାକୁ ନେଇ ଆମେ ଖୁସି ଅଛୁ । ନିର୍ଦ୍ଦେଶକ କହିଛନ୍ତି ଏହି ଫିଲ୍ମ ଦର୍ଶକଙ୍କ ପାଇଁ ଏକ ଭିଜୁଆଲ ଟ୍ରିଟ ହେବାକୁ ଯାଉଛି । ବିନା କୌଣଓି ବାଧାରେ ଆମେ ସ୍ପେନରେ ଏତେ ସୁନ୍ଦର ଭାବରେ ସିଡ୍ୟୁଲ ପୁରା କରିଛୁ ଯାହା ସମ୍ପୂର୍ଣ୍ଣ ପ୍ରଡକସନ ପାଇଁ ବଡ ଅନୁଭୁତି ।ସିଦ୍ଧାର୍ଥ କହିଛନ୍ତି ଆମ ନିକଟରେ ପଠାନକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାର ସମ୍ପୂର୍ଣ୍ଣ ଲକ୍ଷ୍ୟ ରହିଛି । ନିର୍ଦ୍ଦେଶକ କହିଛନ୍ତି ତାଙ୍କର ପ୍ରତିଟି ଫିଲ୍ମ ପୂର୍ବରୁ ସେ ପୁରୁଣା ଫିଲ୍ମକୁ ପାସୋରି ଯାଇ ଦର୍ଶକଙ୍କଠାରୁ ନୂଆ ଅନୁଭବ ହାସଲ କରିବାକୁ ଚାହାଁନ୍ତି । ପଠାନ ପାଇଁ ବି ସେ ଏମିତି ଭାବିଥିବା କହିଛନ୍ତି ।ସୂଚନାଯୋଗ୍ୟ, ପଠାନ ୨୫ ଜାନୁୟାରୀ ୨୦୨୩ରେ ହିନ୍ଦି, ତାମିଲ ଓ ତେଲଗୁରେ ରିଲିଜ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: