ଆର ବର୍ଷକୁ ଆଉ ଥରେ ହେବ ଦୁର୍ଲଭ ବେଶ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତାବର୍ଷ ମଧ୍ୟ ହୋଇପାରେ ଶ୍ରୀଜିଉଙ୍କର ନାଗାର୍ଜୁନ ବେଶ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁଯାୟୀ, ୨୦୨୧ ରେ ମଧ୍ୟ ପଞ୍ଚୁକ ଛଅ ଦିନ ପଡୁଥିବାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ। ଚଳିତ ବର୍ଷ ୨୦୨୦ ନଭେମ୍ବର ୨୭ ଓ ୨୦୨୧ଅର୍ଥାତ ଆର ବର୍ଷ ନଭେମ୍ବର ୧୫ରେ ବି ପଡୁଛି ନାଗାର୍ଜୁନ ବେଶ। ନଭେମ୍ବର ୧୫ ତାରିଖ ଦିନ ଶ୍ରୀଜିଉ ମଳ ତିଥିରେ ପୁଣି ଆକର୍ଷଣୀୟ ନାଗାର୍ଜୁନ ବେଶରେ ଦର୍ଶନ ଦେବେ। କିନ୍ତୁ କୋରୋନା କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଏଥର ନାଗାର୍ଜୁନ ବେଶରୁ ବଞ୍ଚିତ ହେବେ ଭକ୍ତ। ହେଲେ ୧୯୯୩ ଏବଂ ୧୯୯୪ ମସିହାରେ ଲଗାତର ଭାବେ ଯେଉଁଭଳି ମହାପ୍ରଭୁ ଦୁଇଥର ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ, ସେହିଭଳି ଯୋଗ ଆଗକୁ ଫିଟିବାର ସମ୍ଭାବନା ରହିଛି। ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ସବିଶେଷ ନିଷ୍ପତି ନେବ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ବୋଲି କହିଛନ୍ତି। ସେହିପରି ଜଗନ୍ନାଥ ମନ୍ଦିର ପାଞ୍ଜିରେ ଏ ବିଷୟରେ କିଛି ଉଲ୍ଲେଖ ନ ହେବା ଯାଏ କିଛି ସ୍ପଷ୍ଟୋକ୍ତି ଦେଇ ହେବ ନାହିଁ ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି।

%d bloggers like this: