ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗତ କିଛି ଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ଆଜି ଆଖି ବୁଜିଛି ସିଂହୀ ‘ସୁପ୍ରିୟା’ । ବେଶ କିଛି ଦିନ ହେବ ତାର ଶରୀର ଅବସ୍ଥା ଠିକ୍ ନ ଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଯାଏ ଓ ପୁଣି କିଛିଦିନ ବ୍ୟବଧାନରେ ସିଂହୀର ଶରୀର ଅସୁସ୍ଥ ହୋଇଯାଏ। ଏପରି ଅବସ୍ଥାରେ ତା’ର ଚିକିତ୍ସା ଜାରି ରହିଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି।
We are saddened to announce the loss of our lioness Supriya after geriatric issues. Decline in her health is well documented by Keepers/Veterinarians. Her absence will be felt in Lion Safari. pic.twitter.com/1RppIY4yPF
— NANDANKANAN ZOOLOGICAL PARK (@ddnandankanan) September 29, 2020
ସିଂହୀ ସୁପ୍ରିୟାର ଜନ୍ମ ୧୯୯୪ ମସିହାରେ ହୋଇଥିଲା।ମୃତ୍ୟୁ ବେଳକୁ ନନ୍ଦନକାନନରେ ରହୁଥିବା ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।