ଭେଣ୍ଟିଲେଟରରେ ଲତା ଦିଦି, ସାରା ଦେଶ କରୁଛି ଆରୋଗ୍ୟ କାମନା

ଭେଣ୍ଟିଲେଟରରେ ଲତା ଦିଦି, ସାରା ଦେଶ କରୁଛି ଆରୋଗ୍ୟ କାମନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭେଣ୍ଟିଲେଟରରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର। ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା। ଗୁରୁତର ହେବାରୁ ହସ୍ପିଟାଲରେ ହୋଇଛନ୍ତି ଭର୍ତ୍ତି। ବିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିବା ଡାକ୍ତର ପ୍ରତୀଥ ସମଦାନୀ ସୂଚନା ଦେଇଛନ୍ତି । ତାଙ୍କୁ ଅବଜରବେସନରେ ରଖାଯାଇଛି। ଡାକ୍ତରଙ୍କ ତତ୍ୱାବଧାରେ ରହିବେ ଲତା ମଙ୍ଗେସକର । ଆଇସିୟୁ ଭିତରେ ଭେଣ୍ଟିଲେଟରରେ ୨୪ ଘଣ୍ଟିଆ ଅବଜରବେସନରେ ରହିଛନ୍ତି ଲତା । ଭଉଣୀ ଆଶା ଏବେ ତାଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି। ସେପଟେ ଲତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବା ବେଳେ , ସେ ଶ୍ରୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଫ୍ୟାନ୍ସମାନେ ପ୍ରାର୍ଥନା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: