ପୁରୁଷଙ୍କୁ ଦେଖିଲେ ଚେତା ହରାଉଛନ୍ତି ମହିଳା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁନ୍ଦର ମହିଳାଙ୍କୁ ଦେଖି ଯେମିତି ପୁରୁଷମାନେ ଖୁସି ହୋଇଥାନ୍ତି ସେହି ପରି ହ୍ୟାଣ୍ଡସମ୍‌ ପୁରୁଷମାନଙ୍କୁ ଦେଖି ମହିଳାମାନେ ଖୁସି ହୋଇଥାନ୍ତି।ଉପରକୁ କହି ନପାରିଲେ ମଧ୍ୟ ସେମାନେ ମନେ ମନେ ଖୁସି ହୋଇଯାଇଥାନ୍ତି। କିନ୍ତୁ ହ୍ୟାଣ୍ଡସମ ପୁରୁଷକୁ ଦେଖିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡୁଛି। ମହିଳା ଜଣକ ଏକ ଅଜବ ରୋଗରେ ପୀଡିତ ହୋଇଥିବାର ହ୍ୟାଣ୍ଡସମ୍‌ ପୁରୁଷଙ୍କୁ ଦେଖିବା ମାତ୍ରକେ ତାଙ୍କ ପାଦ ଟଳମଳ ହେବା ସହ ବେହୋସ୍ ହୋଇଯାଉଛନ୍ତି। କଥାଟା ଚକିତ କରିଥିଲେ ମଧ୍ୟ ସତ। ଏହିଭଳି ଘଟଣା ଇଂଲଣ୍ଡର ଜଣେ ୩୨ ବର୍ଷୀୟ ମହିଳାଙ୍କ ସହ ଘଟୁଛି। ଏହି ମହିଳା ଜଣକ ସୁନ୍ଦର ହ୍ୟାଣ୍ଡସମ ପୁରୁଷଙ୍କ ସହ ଆଖି ମିଶାଇବା କ୍ଷଣି ଚେତା ହରାଇ ବସୁଛନ୍ତି।
ମହିଳାଜଣଙ୍କ ହେଲେ ଇଂଲଣ୍ଡର କିର୍ଷ୍ଟି ବ୍ରାଉନ୍‌। ଅତିକମରେ ଦିନକୁ ପାଞ୍ଚଥର ସେ ବେହୋସ୍‌ ହେଉଥିବାର କହନ୍ତି। କିନ୍ତୁ ବେଳେବେଳେ ଏହି ସଂଖ୍ୟା ଦିନରେ ୫୦ଥରରୁ ଅଧିକ ହୋଇଯାଏ।ହେଲେ ମାତ୍ର ଦୁଇ ମିନିଟ୍ ଭିତରେ ପୁଣି ଭଲ ହୋଇଯାଆନ୍ତି। କିର୍ଷ୍ଟି କାଟାପ୍ଲେସି ନାମକ ଏକ ବ୍ରେନ୍‌ ଡିସ୍‌ଅର୍ଡର(ମସ୍ତିଷ୍କ ରୋଗ)ରେ ପୀଡ଼ିତ। ଏହି ରୋଗରେ ପୀଡ଼ିତ ଲୋକଙ୍କ ମନରେ କ୍ରୋଧ, ଡର ଏବଂ ଖୁସି ଭଳି ଭାବପ୍ରବଣତା ସୃଷ୍ଟି ହେବା ମାତ୍ରେ ସେମାନଙ୍କର ମାଂସପେଶୀ ପକ୍ଷାଘାତ ହୋଇଯାଏ। ଏପରି ଘଟଣା ବିରଳ ଅଟେ। ଏଣୁ କିର୍ଷ୍ଟି ଯେତେବେଳେ ବାହାରକୁ ଆସନ୍ତି ମୁଣ୍ଡ ନୁଆଁଇ ଚାଲିବାକୁ ବାଧ୍ୟ ହୁଅନ୍ତି। କାରଣ ସେ ପୁରୁଷମାନଙ୍କର ମୁହିଁ ନଦେଖିବା ପାଇଁ ଚେଷ୍ଟା କରିଥାନ୍ତି। ନିଜର ଏକ ଅନୁଭୂତି ବିଷୟରେ ବର୍ଣ୍ଣନା କରି ସେ କୁହନ୍ତି ଯେ, ଥରେ ସପିଂ ପାଇଁ ବଜାରକୁ ଯାଇଥିବା ବେଳେ ସେଠାରେ ଜଣେ ବ୍ୟକ୍ତିଙ୍କ ଉପରେ ତାଙ୍କର ନଜର ପଡ଼ିଥିଲା, ସେ ପୂର୍ବରୁ ମଧ୍ୟ ସେ ବ୍ୟକ୍ତିଙ୍କୁ ଦେଖିଥିବାରୁ ଟିକିଏ ଖୁସି ହୋଇଯାଇଥିଲେ । ଏହା ପରେ ହଠାତ ତାଙ୍କ ଗୋଡ ଏଣେତେଣେ ପଡ଼ିବା ଆରମ୍ଭ କରିଥିଲା ଓ ଚେତଶୂନ୍ୟ ହୋଇଯାଇଥିଲେ। ତାଙ୍କର ଏଭଳି ଅବସ୍ଥା ଦେଖି ସାଙ୍ଗରେ ଯାଇଥିବା ସମ୍ପର୍କୀୟମାନେ ଚିନ୍ତାରେ ପଡ଼ିଯାଇଥିଲେ।
ଏହି ରୋଗ ତାଙ୍କର ଜନ୍ମ ଜାତ ହୋଇଥିବା ବେଳେ, ୯ ବର୍ଷ ବୟସରେ ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତ କାରଣରୁ ଏହା ଅଧିକ ବଢ଼ି ଯାଇଥିଲା। କିର୍ଷ୍ଟିଙ୍କର ଏବେ ଦୁଇଟି ସନ୍ତାନ ଅଛନ୍ତି। କିର୍ଷ୍ଟିଙ୍କ ଏହି ରୋଗ ପାଇଁ ତାଙ୍କୁ ଅନେକ ଜାଗାରେ ଅପଦସ୍ତ୍ ହେବାକୁ ପଡ଼ିଥାଏ ବୋଲି ସେ କୁହନ୍ତି। ଏହାସହ ତାଙ୍କୁ ଚାକିରି ପାଇବାରେ ଅସୁବିଧା ହେଉଛି ବୋଲି ସେ କୁହନ୍ତି। କିର୍ଷ୍ଟିଙ୍କ କହିବାନୁସାରେ, ସେ କାହା ସହିତ ବଚସା କରିବା ସମୟରେ କିମ୍ବା ହସିବା ସମୟରେ ମଧ୍ୟ ସେ ଏପରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଏଡାଇବା ପାଇଁ, ସେ ତାଙ୍କର ଭାବନାକୁ ବହୁତ ନିୟନ୍ତ୍ରଣ କରିବାକୁ ପଡିଥାଏ। କିର୍ଷ୍ଟିଙ୍କ ଏହି ରୋଗ ଅତ୍ୟନ୍ତ ଦୁର୍ଲଭ।

Leave a Reply

Your email address will not be published.