ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା: ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ

ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା: ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ନେଇ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ ଆୟୋଗ । ସେପ୍ଟେମ୍ଟର ୩୦ରେ ଅନୁଷ୍ଠିତ ହେବ ପିପିଲି ଉପ-ନିର୍ବାଚନ । ଏଥିସହିତ ପଶ୍ଚିମବଙ୍ଗ  ଭବାନୀପୁର ନିର୍ବାଚନ ମଣ୍ଡଳୀ, ସମଶେର ଜଙ୍ଗ ଏବଂ ଯାଜ୍ଞିପୁର ବିଧାନସଭା ଆସନ ପାଇଁ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ୩ ଅକ୍ଟୋବରରେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ଏବଂ ଏନେଇ ରାଜ୍ୟର ପ୍ରମୁଖ ଦଳ ସମେତ ଅନ୍ୟମାନେ ନିର୍ବାଚନ ନେଇ ପ୍ରାର୍ଥୀ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟବସତଃ କଂଗ୍ରେସ ପ୍ରାର୍ଥୀ ପ୍ରଚାର ସମୟରେ କରୋନା ସଂକ୍ରମିତ ହୋଇଥିଲେ । ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିଲା । ଏଣୁ ସେହି ସମୟରେ ଉପ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ପୁଣି ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: