ମୁମ୍ବାଇ ଆଗରେ ୧୯୯ର ଟାର୍ଗେଟ

ମୁମ୍ବାଇ ଆଗରେ ୧୯୯ର ଟାର୍ଗେଟ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦମଦାର ଖେଳ ପ୍ରଦର୍ଶନ କରିଛି ପଞ୍ଜାବ କିଙ୍ଗସ। ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମ୍‌ଆଇ। ପଞ୍ଜାବ ବ୍ୟାଟିଂ ନିମନ୍ତ୍ରଣ ପାଇ ୨୦ ଓଭରରେ ୫ ଉଇକେଟ ହରାଇ ୧୯୮ ରନ୍‌ ସଂଗ୍ରହ କରିଛି। ଫଳରେ ମୁମ୍ବାଇକୁ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଲଗାତର ୪ଟି ମ୍ୟାଚ୍‌ ହାରିଥିବା ରୋହିତଙ୍କ ଦଳ ଆଜିର ମ୍ୟାଚ୍‌ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛି। ଅପରପକ୍ଷେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ(୫୨) ଏବଂ ଶିଖର ଧାଓ୍ବନ (୭୦)ଙ୍କ ବିସ୍ଫୋରକ ଇନିଂସ ଯୋଗୁ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: