ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ତନ୍ନା

ବିବାହ ବନ୍ଧନରେ ବାନ୍ଧି ହେଲେ କରିସ୍ମା ତନ୍ନା

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଟେଲି ଅଭିନେତ୍ରୀ କରିସ୍ମା ତନ୍ନା ଓ ବରୁଣ ବଙ୍ଗେରା। ଶନିବାର ବିବାହ ସମ୍ପନ୍ନ ହେବା ପରେ ଉଭୟ ଦାମ୍ପତ୍ୟ ଜୀବନ ଆରମ୍ଭ କରିବେ। ଗତବର୍ଷ ନଭେମ୍ବର ମାସରେ ବରୁଣ ଏବଂ କରିସ୍ମାଙ୍କ ନିର୍ବନ୍ଧ ହୋଇଥିଲା। ବରୁଣ ଏକ ଧଳା ରଙ୍ଗର ବିବାହ ଯୋଡା ପିନ୍ଧିଥିବାବେଳେ କରିସ୍ମା ଗୋଲାପୀ ରଙ୍ଗର ଲେହେଙ୍ଗାରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। କରିସ୍ମା ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରିଛନ୍ତି। ଫ୍ୟାନ୍ସ, ବନ୍ଧୁ ଓ ପରିଜନମାନେ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ଫଟୋକୁ ଅନେକ ବଡ଼ ବଡ଼ ତାରକା ଲାଇକ୍‌ କରିବା ସହ କମେଣ୍ଟ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: