ପାକିସ୍ତାନ ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆତଙ୍କବାଦକୁ ନେଇ ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛି ଭାରତ। ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି। ନାଁ ନ ନେଇ ସେ ପାକିସ୍ତାନ ଉପରେ ବର୍ଷିଛନ୍ତି ଏବଂ ଉଦାହରଣ ମଧ୍ୟ ଦେଇଛନ୍ତି। ତାଙ୍କରି କହିବାନୁସାରେ, ଆମର ପଡ଼ୋଶୀ ଦେଶ ପ୍ରାୟୋଜିତ ଆତଙ୍କବାଦର ବଡ଼ ଉଦାହରଣ। ସେହିପରି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ କିଛି ବି କରିବାକୁ ଚାହୁଁନି ବୋଲି ସେ କହିଛନ୍ତି। ପାକିସ୍ତାନର ସଂଘୀୟ ଏଜେନ୍ସି, ଭାରତରେ ହୋଇଥିବା 26/11 ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତ ଥିବା ସ୍ୱୀକାର କରିଛି।

%d bloggers like this: