ଓସ୍କାର ପୁରସ୍କାର ଉତ୍ସବ, ଭାରତୀୟ ଫିଲ୍ମ…

ଓସ୍କାର ପୁରସ୍କାର ଉତ୍ସବ, ଭାରତୀୟ ଫିଲ୍ମ…

ପ୍ରିଜମ ନ୍ୟୁଜ ବ୍ୟୁରୋ: କାଲିଫର୍ନିଆର ଲସ ଆଞ୍ଜେଲ୍ସରେ ଥିବା ଡଲବି ଥିଏଟରରେ ଓସ୍କାର ପୁରସ୍କାର ବିତରଣ ଉତ୍ସବ ଚାଲିଛି। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର୍‌ ବର୍ଗରେ ‘ଦ ସମର୍‌ ଅଫ ସୋଲ’ ଓସ୍କାର ପାଇଛି। ଭାରତୀୟ ଫିଲ୍ମ ‘ରାଇଟିଙ୍ଗ୍‌ ଓ୍ବିଥ୍‌ ଫାୟାର୍‌’ ଏହି ବର୍ଗରେ ମନୋନୀତ ହୋଇଥିଲା। ତେବେ ଏହି ପୁରସ୍କାର ପାଇବାରେ ଫିଲ୍ମ ବିଫଳ ହୋଇଥିଲା। ରାଇଟିଙ୍ଗ୍‌ ଓ୍ବିଥ୍‌ ଫାୟାର୍‌ ରିଣ୍ଟୁ ଥୋମାସ ଏବଂ ସୁସ୍ମିତ ଘୋଷଙ୍କ ମିଳିତ ଭାବରେ ନିର୍ଦ୍ଦେଶିତ। ଫେଲ୍‌ ମାରିଲା ‘ରାଇଟିଙ୍ଗ୍‌ ଓ୍ବିଥ୍‌ ଫାୟାର୍‌’ଶ୍ରେଷ୍ଠ ଫିଲ୍ମ ପାଇଁ ‘କୋଡା’କୁ ଓସ୍କାର ପ୍ରଦାନ କରାଯାଇଛି। ଜେସିକା ଚାଷ୍ଟେନ The Eyes of Tammy Faye ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ। କିଙ୍ଗ ରିଚାର୍ଡ ପାଇଁ ୱିଲ ସ୍ମିଥ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଥିଲେ। ପୁରସ୍କାର ଗ୍ରହଣ କରିବା ସମୟରେ ସ୍ମିଥ ଭାବପ୍ରବଣ ହୋଇଥିଲେ। ଜ୍ୟାନ୍‌ କ୍ୟାମ୍ପିଅନ୍‌କୁ ‘ଦ ପାଓ୍ବାର୍‌ ଅଫ୍‌ ଦ ଡଗ୍‌’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଥିଲେ। ସେହିପରି ନୋ ଟାଇମ୍‌ ଟୁ ଡାଏ ପାଇଁ ବିଲି ଏଲିସ୍‌ଙ୍କୁ ସର୍ବଶ୍ରେଷ୍ଠ ଅରିଜିନାଲ୍‌ ସଙ୍ଗସ୍‌ ପୁରସ୍କାରରେ ସମ୍ମାନୀତ କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: