ସୁରତ ଯାଉଥିଲେ ସଂସାରରୁ ଚାଲିଗଲେ; ଦାଦନ ଯନ୍ତ୍ରଣାର ବାସ୍ତବ ଚିତ୍ର

ସୁରତ ଯାଉଥିଲେ ସଂସାରରୁ ଚାଲିଗଲେ; ଦାଦନ ଯନ୍ତ୍ରଣାର ବାସ୍ତବ ଚିତ୍ର

ମୃତ୍ୟୁ କେବେ ,କେମିତି ଓ କିପରି ଆସିବ ସେ କଥା କିଏ ଜାଣିଛନ୍ତି ନା ଭାବିଥାନ୍ତି । ଠିକ୍ ଯେମିତି ଦାଦନ ଖଟିବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାର କିଛି ପ୍ରବାସୀ ଶ୍ରମିକ ଆଜି ମୃତ୍ୟୁର ସାମ୍ନାସାମ୍ନି ହେଲେ ଏବଂ ସୁରତ ବଦଳେ ସଂସାରରୁ ହିଁ ଚାଲିଗଲେ ।

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାର ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେଇଥିବା ଖବର ମିଳିଛି। ଏଥିରେ ୭ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ିରେ ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଏହାଫଳରେ ଘଟଣାସ୍ଥଳରେ ସାତଜଣଙ୍କର ପ୍ରାଣହାନି ଘଟିଛି। ଏହାଛଡ଼ା ଅନ୍ୟଜଣେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଏଯାବତ୍ ମୃତକମାନଙ୍କ ପରିଚୟ ମିଳିନାହିଁ। ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସରେ ୫୦ରୁ ୬୦ ଯାତ୍ରୀ ଥିବାର ସୂଚନା ରହିଛି।

ସେପଟେ ସମସ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ 2 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହା ସହ ଅନ୍ୟ ଆହତମାନଙ୍କୁ ମାଗଣରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହା ସହ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଛତିଶଗଡ଼ ଡିଜିପିଙ୍କ ସହ ଯୋଗାଯୋଗରେ ରହି ମରଶରୀରକୁ କେମିତି ଓଡ଼ିଶା ଅଣାଯାଇ ପାରିବ ତାର ବ୍ୟବସ୍ଥା କରିବେ ।

%d bloggers like this: