ନିର୍ବାଚିତ ହେଲେ ଫ୍ରାନ୍ସର ନୂଆ ରାଷ୍ଟ୍ରପତି

ନିର୍ବାଚିତ ହେଲେ ଫ୍ରାନ୍ସର ନୂଆ ରାଷ୍ଟ୍ରପତି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକଁର୍ ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ପ୍ରତିପକ୍ଷ ଦଳର ପ୍ରାର୍ଥୀ ମେରିନ ଲେ ପେନଙ୍କୁ ନିର୍ବାଚନରେ ହରାଇଛନ୍ତି। ଶେଷ ଖବର ସୁଦ୍ଧା ମାକ୍ରୋନ ୫୮.୨ ପ୍ରତିଶତ ଭୋଟ୍ ପାଇଛନ୍ତି । ତେଣୁ ତାଙ୍କର ବିଜୟ ସୁନିଶ୍ଚିତ । ୟୁରୋପର ଏକ ପ୍ରମୁଖ ଦେଶ ହେଉଛି ଫ୍ରାନ୍ସ । ଏବେ ମାକଁର୍ ବିଜୟୀ ହେବା ପରେ ଆମେରିକା ସମ୍ଭାବ୍ୟ ହିଂସାତ୍ମକ ବିକ୍ଷୋଭକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ।କରୋନା ମହାମାରୀ ଏବଂ ରୁଷ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଫ୍ରାନ୍ସ ନିର୍ବାଚନ ଉପରେ ଆମେରିକାର ମଧ୍ୟ ଏହା ଉପରେ ନଜର ରହିଥିଲା। ମାକଁର୍ ତାଙ୍କୁ ଆଉ ଥରେ ଏକ ସୁଯୋଗ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ। ୨୦ ବର୍ଷ ପରେ ଫ୍ରାନ୍ସର ପ୍ରଥମ ରାଷ୍ଟ୍ରପତି ଭାବେ ମାକଁର୍ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: