(ଅ)ପ୍ରସଙ୍ଗ: ଉତ୍ତର ପ୍ରଦେଶରେ ‘ଗାନ୍ଧି’ ଅଟକ: ବଳ ଗୋଟାଉଛନ୍ତି ‘ବିରୋଧୀ’ଙ୍କ ରାଜକୁମାର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଭୁଲ୍ ହୋଇଛି, ସେ ଦୁଷ୍କର୍ମ ପରେ ମରିବାକୁ ଛାଡ଼ିଦେବା ହେଉ କିମ୍ବା କ୍ଷମତା ଲୋଭରେ ନିଜକୁ ସର୍ବଶକ୍ତିମାନ ବୋଲାଇ ବିରୋଧୀଙ୍କ ସ୍ୱରକୁ ହତ୍ୟା କରିବା । ଭୁଲ୍ ତ ହୋଇଛି, ଏବେ ଯ।ହା ହେଉଛି ତାହା ରାଜନୀତି ଏଥିରେ ଦ୍ୱିମତ ନାହିଁ କିନ୍ତୁ ରାଜନୀତିରେ ସବୁ ସମ୍ଭବ ଏହି ନ୍ୟାୟକୁ ମଧ୍ୟ ଆମକୁ ବିଶ୍ୱାସ କରିବାକୁ ପଡ଼ିବ । ତେବେ ଉତ୍ତର ପ୍ରଦେଶରେ ଗାନ୍ଧିଙ୍କୁ ଅଟକ ଆଗାମୀ ଦିନରେ ସେହି ମାନଙ୍କୁ ଭାରି ପଡ଼ିବ ନିଶ୍ଚୟ ଯେଉଁମାନେ ନିଜକୁ ସର୍ବଶକ୍ତିମାନ ବୋଲି ମନେ କରୁଛନ୍ତି ।

ଘଟଣା ସମସ୍ତେ ଜାଣିଛନ୍ତି, ଏବେ ଘଟଣା ପରର ଚର୍ଚ୍ଚା । ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ଇକୋଟେକ ପୁଲିସ ଷ୍ଟେସନରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଏବଂ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।  ଆଉ ଏହା ପରେ ସ୍ଥିତି ଅଧିକ ବିଷମ ହୋଇପଡ଼ିଛି । ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ୨୦୩ଜଣ କଂଗ୍ରେସ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଏତଲାରେ କଂଗ୍ରେସ ନେତାଙ୍କ ବିରୋଧରେ ଅନେକ ଗମ୍ଭୀର ଧାରା ଲାଗୁ କରାଯାଇଛି | ଗୌତମ ବୁଦ୍ଧ ନଗର ପୁଲିସ ପକ୍ଷରୁ ଏହି ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି।

କରୋନା ମହାମାରୀ ସମୟରେ ଧାରା ୧୪୪କୁ ଉଲ୍ଲଂଘନ କରିବା ଏବଂ ସାଧାରଣ ଲୋକଙ୍କ ଜୀବନ ବିପଦରେ ପକାଇଥିବାରୁ ଆଇପିସିର ଧାରା ୧୮୮ ଏବଂ ଧାରା ୨୬୯, ୨୭୦ଅନୁଯାୟୀ ଏହି ଏତଲା ପଞ୍ଜିକୃତ ହୋଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସହ ପ୍ରାୟ ୨୦୦କର୍ମୀ ହାଥରାସ୍ ଯିବାକୁ ଡିଏନଡି ରାସ୍ତା ଦେଇ ନୋଏଡା ଭିତରକୁ ପ୍ରବେଶ କରିଥିଲେ। ଏଥିରେ ପ୍ରାୟ ୫୦ଟି ଗାଡ଼ି ଅନ୍ତର୍ଭୁକ୍ତ କରାଯାଇଥିଲା। ରାହୁଲ ଓ ପ୍ରିୟଙ୍କା ଯାଉଥିବାର ସୂଚନା ପାଇ ଜିଲ୍ଲା ପ୍ରଶାସନ ହାଥରାସରେ ୧୪୪ ଜାରି କରିଥିଲେ। ତେଣୁ ଗ୍ରେଟର ନୋଏଡା ସୀମାରେ ପୁଲିସ ରାହୁଲ, ପ୍ରିୟଙ୍କା ଓ ଅନ୍ୟ କଂଗ୍ରେସ ନେତା କର୍ମୀମାନଙ୍କୁ ଆଗକୁ ଯିବାକୁ ଦେଇନଥିଲା। ଫଳରେ ସେମାନେ ଗାଡ଼ିରୁ ଓହ୍ଲାଇ ଚାଲିବା ଆରମ୍ଭ କରିଥିଲେ। ଏହି ସମୟରେ ପୁଲିସ ଏବଂ ରାହୁଲ ମୁହାଁମୁହିଁ ହୋଇଥିଲେ। ତେବେ ଧାରା ୧୪୪ ଲାଗୁ କରାଯାଇଥିବା ଜାଣି ମଧ୍ୟ କଂଗ୍ରେସ ନେତା ପ୍ରବେଶ ଉଦ୍ୟମ କରି ନିୟମ ଉଲ୍ଲଂଘନ କରିଥିବାରୁ ୨୦୩ଜଣଙ୍କ ନାମରେ ଏତଲା ରୁଜୁ ହୋଇଛି।

%d bloggers like this: