ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଗୁଜବ

ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନେଇ ଗୁଜବ

ପ୍ରିଜମ ନ୍ୟୁଜ ବ୍ୟୁରୋ: ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କିଙ୍କୁ ନେଇ ଚର୍ଚ୍ଚା ହେଉଛି। ସେ ପୋଲାଣ୍ଡ ପଳାଇଥିବା ନେଇ ରୁଷ ମିଡିଆରେ ଖବର ପ୍ରକାଶ ପାଇଛି । ଜୋପୋରଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ରୁଷିଆ କବଜା କରିବା ପରେ ଏହି ଖବର ସମ୍ମୁଖକୁ ଆସିଛି । ଅବଶ୍ୟ ଏହାର ସତ୍ୟତା ନେଇ କୌଣସି ପ୍ରମାଣ ହୋଇ ନାହିଁ ।

ଏହା ପୂର୍ବରୁ ଜେଲେନସ୍କିଙ୍କୁ ନିଜ ଦେଶକୁ ନେଇଯିବା ନେଇ ଆମେରିକା ପ୍ରସ୍ତାବ ଦେଇଥିଲା। ମାତ୍ର,ଜେଲେନସ୍କି ଏହି ପ୍ରସ୍ତାବକୁ ମନା କରି ଦେଇଥିଲେ। ତେବେ ସିଆଇଏ ତାଙ୍କୁ ଦେଶ ଛାଡିବା ନେଇ ସହଯୋଗ କରିଥିବା ଅନୁମାନ କରାଯାଉଛି । ୯ମ ଦିନରେ ରୁଷ ଏବେ ବି ୟୁକ୍ରେନ ଉପରେ ଘନ ଘନ ରକେଟ ମାଡ କରୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: