ପରଲୋକରେ କିଙ୍ଗ ଅଫ୍ ସ୍ପିନ୍

ପରଲୋକରେ କିଙ୍ଗ ଅଫ୍ ସ୍ପିନ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚିରକାଳ ପାଇଁ ନିରବି ଗଲେ କିଙ୍ଗ ଅଫ୍ ସ୍ପିନ୍ । ୫୨ ବର୍ଷ ବୟସରେ ଅଷ୍ଟ୍ରେଲିଆ ଲେଗ୍ ସ୍ପିନର୍ ଶେନ ୱାର୍ଣ୍ଣଙ୍କ ପରଲୋକ। ହୃଦଘାତ ହେବା ଯୋଗୁଁ ତାଙ୍କର ନିଧନ ହୋଇଛି। ଥାଇଲାଣ୍ଡରେ ତାଙ୍କ ନିଜସ୍ୱ ଭିଲାରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା ।

ୱାର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ୧୪୫ ଟେଷ୍ଟ ମ୍ୟାଚ ଖେଳି ୭୦୮ ୱିକେଟ ଅକ୍ତିଆର କରିଛନ୍ତି । ୧୯୯୯ ବିଶ୍ୱକପ ବିଜୟୀ ଦଳର ସେ ସଦସ୍ୟ ଥିଲେ । ଏହା ବ୍ୟତୀତ ଓଭରାଲ ସେ ୧୦୦୧ ଅନ୍ତର୍ଜାତୀୟ ୱିକେଟ ଅକ୍ତିଆର କରିଛନ୍ତି ।

ତାଙ୍କ ବିୟୋଗରେ କ୍ରିକେଟ ଜଗତ ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ୧୨ ଘଂଟା ପୂର୍ବରୁ ମହାନ ଖେଳାଳି ରଡ ମାର୍ଶଙ୍କ ବିୟୋଗ ନେଇ ଶୋକବ୍ୟକ୍ତ କରିଥିଲେ। ୧୯୯୨ରେ ଭାରତ ବିପକ୍ଷରେ ସେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୭ରେ ସେ କ୍ରିକେଟକୁ ଅଲବିଦା କହିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: