କାଚା ବାଦାମର ହରିୟାଣା ଭର୍ସନ ରିଲିଜ

କାଚା ବାଦାମର ହରିୟାଣା ଭର୍ସନ ରିଲିଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ଚାଲିଛି କାଚା ବାଦାମ ଟ୍ରେଣ୍ଡ।ଇନଷ୍ଟାଗ୍ରାମ୍ ହେଉ ଅବା ଫେସବୁକ୍ କିମ୍ବା ୟୁଟ୍ୟୁବ୍ ସର୍ଟସ୍ ଖୋଲିବା ମାତ୍ରେ କାଚା ବାଦାମ୍ ଗୀତ ସାମ୍ନାକୁ ଆସୁଛି । ଅନେକ ସୋସିଆଲ ମିଡିଆ ୟୁଜର୍ ଏହି ଭାଇରାଲ୍ ଗୀତର ତାଳେତାଳେ ସର୍ଟସ୍ ଣିଡିଓ ପ୍ରସ୍ତୁତ କରିବାକୁ ପସନ୍ଦ କରୁଛନ୍ତି । ଖାସ ଏହି କାରଣକୁ ନେଇ ରିଲିଜ୍ ହେଲା “କାଚା ବାଦାମ୍ ହରିୟାଣା ଭର୍ସନ୍‌” ।
ପଶ୍ଚିମବଙ୍ଗର ବାଦାମ୍ ବେପାରୀ ଭୁବନ୍ ବାଦ୍ୟାକର୍ ବଙ୍ଗଳା ଭାଷାରେ କାଚା ବାଦାମ୍ ଗୀତ ପାଇଁ ରାତାରାତି ସେନ୍ସେସନ୍ ପାଲଟିଥିଲେ । ସେହି ସେନ୍ସେସନକୁ ବଜାୟ ରଖିବା ପାଇଁ ହରିୟାଣାର କିଛି ସଙ୍ଗୀତ କଳାକାର ଚେଷ୍ଟା କରିଛନ୍ତି । ରିଲିଜ୍ ହୋଇଛି କାଚା ବାଦାମର ହରିୟାଣା ରିମିକ୍ସ ଭିଡିଓ ସଙ୍ଗ । ଏଥିରେ ଅନ୍ୟ କଳାକାରଙ୍କ ସମେତ ଖୋଦ ଭୁବନ ମଧ୍ୟ ନଜର ଆସିଛନ୍ତି ।
ଏହି ରିମିକ୍ସ ଗୀତରେ ହରିୟାଣା ସିଙ୍ଗର୍ ଅମିତ୍ ଧୁଲ୍ ଓ ଭୁବନ ମିଳିତ ଭାବେ ନିଜ ସ୍ୱରକୁ ସଜାଇଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: