ଶ୍ରମିକ ଦିବସରେ ଭେଟି

ଶ୍ରମିକ ଦିବସରେ ଭେଟି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଶ୍ରମିକ ଦିବସ ପାଇଁ ଶ୍ରମିକମାନଙ୍କୁ ଖୁସି ଖବର। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ଶ୍ରମିକଙ୍କ ମଜୁରି ୧୧ ଟଙ୍କା ଲେଖାଏ ବୃଦ୍ଧି ହୋଇଛି।

ଏହା ପିଛିଲା ଭାବେ ଏପ୍ରିଲ ୧ ପହିଲା ୨୦୨୨ରୁ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ୩୧୫ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେ ସେମାନଙ୍କୁ ୩୨୬ ଟଙ୍କା ମିଳିବ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା ମିଳିବ। କୁଶଳୀ ଶ୍ରମିକ ପୂର୍ବରୁ ୪୦୫ ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୪୧୬ ଟଙ୍କା ମଜୁରି ମିଳିବ। ସେହିଭଳି ଅତି କୁଶଳୀ ଶ୍ରମିକଙ୍କୁ ୪୬୫ ଟଙ୍କା ବଦଳରେ ୪୭୬ ଟଙ୍କା ଦୈନିକ ମଜୁରି ମିଳିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: