ଚଳିତ ବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ, କେବେ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୩୦ ତାରିଖରେ ଚଳିତବର୍ଷର ଚତୁର୍ଥ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ପୂର୍ବରୁ ଜାନୁଆରୀ ୧୦, ଜୁନ ୫ ଏବଂ ଜୁଲାଇ ୪ରେ ଏହା ଦୃଶ୍ୟମାନ ହୋଇଥିଲା। ତେବେ ଏଥର ଦିନ ୧ଟା ୪ ମିନିଟରେ ଆରମ୍ଭ ହୋଇ ଅପରାହ୍ଣ ୩ଟା ୧୩ ମିନିଟ୍ ପର୍ଯ୍ୟନ୍ତ ଆକାଶରେ ଦେଖାଯିବ। ସେହିପରି ସନ୍ଧ୍ୟା ୫ଟା ୨୨ ମିନିଟରେ ଏହା ସମ୍ପୂର୍ଣ୍ଣ ହେବ। ତେବେ ପୂର୍ବ ଚନ୍ଦ୍ରଗ୍ରହଣ ଅପେକ୍ଷା ଏହା ଅଧିକ ସମୟ ଆକାଶରେ ଦୃଶ୍ୟମାନ ହେବ।

ତେବେ ଭାରତରେ ଏହା ଆଶିଂକ ଭାବେ ଦୃଶ୍ୟାମାନ ହେବ। ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ପୂର୍ବ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ। ସେହିପରି ୟୁରୋପିଆନ କଣ୍ଟିନେଣ୍ଟ, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାରେ ଏହା ସମ୍ପୂର୍ଣ୍ଣ ଭାବେ ଦେଖାଯିବ।

%d bloggers like this: