ସାପ-ନେଉଳଙ୍କ ସାଂଘାତିକ ଲଢ଼େଇ, ସାପ ଚାଲ୍ ଆଗରେ ହାରିଲା ନେଉଳ

ସାପ-ନେଉଳଙ୍କ ସାଂଘାତିକ ଲଢ଼େଇ, ସାପ ଚାଲ୍ ଆଗରେ ହାରିଲା ନେଉଳ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାପ ଏବଂ ନେଉଳ ପରସ୍ପରର ବଡ଼ ଶତ୍ରୁ, ଏହା ସମସ୍ତେ ଜାଣନ୍ତି । ଯେତେବେଳେ ବି ଏହି ଦୁଇଜଣ ପରସ୍ପର ସାମ୍ନା କରନ୍ତି, ସେତେବେଳେ ଉଭୟଙ୍କ ମଧ୍ୟରେ ଲଢ଼େଇ ହେବା ସୁନିଶ୍ଚିତ । ସାପ-ନେଉଳ ମଧ୍ୟରେ ଲଢ଼େଇ ହେବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ବର୍ତ୍ତମାନ ସାପ ଏବଂ ନେଉଳ ମଧ୍ୟରେ ଚାଲିଥିବା ଜବରଦସ୍ତ ଲଢ଼େଇ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହା ଦେଖିବା ପରେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।


ଭିଡିଓରେ, ଆପଣ ଦେଖିବେ ଯେ, ଉଭୟ ସାପ ଏବଂ ନେଉଳ ପରସ୍ପରକୁ ସାମ୍ନା କରୁଛନ୍ତି । ବେଳେବେଳେ ସାପଟି ନେଉଳକୁ ଆକ୍ରମଣ କରୁଛି ତ ଆଉ କେତେ ବେଳେ ନେଉଳ ସାପ ଉପରେ ଆକ୍ରମଣ କରୁଛି । ପରସ୍ପରକୁ ଜୋରଦାର ଆକ୍ରମଣ କରି ଲହୁଲୁହାଣ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି । କିଛି ସମୟ ଲଢ଼େଇ ପରେ ହଠାତ୍ ସାପଟି ଦ୍ରୁତଗତିରେ ଦଉଡ଼ିବାକୁ ଲାଗିଲା | ନେଉଳ କିନ୍ତୁ ଏତିକିରେ ଶାନ୍ତ ନହୋଇ ବାରମ୍ବାର ସାପର ଲାଞ୍ଜକୁ କାମୁଡ଼ିବାରେ ଲାଗୁଛି, କିନ୍ତୁ ସାପ କ୍ଷତାକ୍ତ ହୋଇ ବି ନ ଅଟକି ସେଠାରୁ ପ୍ରାଣ ବଞ୍ଚାଇ ଖସିବାକୁ ଉଦ୍ୟମ କରିବାରେ ଲାଗିଛି । କିନ୍ତୁ ନେଉଳ, ସାପକୁ ଛାଡ଼ିବାର ନାଁ ଧରୁନି । ସାପରେ ପିଛା କରିବା ସହ ତା ଉପରେ ଆକ୍ରମଣ କରିବାକୁ ଗୋଡ଼ାଇବାରେ ଲାଗିଛି । ଶେଷରେ ସାପ ଏକ ବିଲରେ ପଶିଯାଇ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହେଉଛି । ଏଣେ ସାପ ଖସିଯିବା ପରେ ନେଉଳଟି ନିରାଶ ହୋଇ ପରାଜୟ ସ୍ବୀକାର କରିଛି । ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଆପଣ କେବେ ସାପ-ନେଉଳ ମଧ୍ୟରେ ଏପରି ଲଢ଼େଇ ଦେଖିଛନ୍ତି କି ? ଯଦି ନା, ତାହାଲେ ଥରେ ନିଶ୍ଚୟ ଏହି ଭିଡିଓକୁ ଦେଖନ୍ତୁ ।

%d bloggers like this: