୧୫ଟି ଜିଲ୍ଲାରେ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

୧୫ଟି ଜିଲ୍ଲାରେ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା: ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିଲେ। ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍‌ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆଜି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ। ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ । ଗୋଟିଏ କାଉନ୍‌ସିଲର/କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: