ଦିଲ୍ଲୀ ପ୍ରଦୂଷଣ ସଂକ୍ରାନ୍ତରେ ଅମଲାତନ୍ତ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ…..

ଦିଲ୍ଲୀ ପ୍ରଦୂଷଣ ସଂକ୍ରାନ୍ତରେ ଅମଲାତନ୍ତ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ…..

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ରହିଛି | ବୁଧବାର ପ୍ରଦୂଷଣ ସଂକ୍ରାନ୍ତରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅମଲାତନ୍ତ୍ର ଉପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି । କୌଣସି ସ୍ଥିତିର ମୁକାବିଲା କ୍ଷେତ୍ରରେ ଅମଲାତନ୍ତ୍ର ‘କୌଣସି ପଦକ୍ଷେପ ଗ୍ରହଣ ନକରିବା’ ଭଳି ଆଚରଣ ଦେଖାଉଥିବାରୁ ସୁପ୍ରିମକୋର୍ଟ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି।

କୋର୍ଟ କହିଛନ୍ତି, ସେମାନେ କୌଣସି ନିଷ୍ପତ୍ତି ନେବାକୁ ଚାହୁନାହାନ୍ତି। ତେବେ ଅମଲାତନ୍ତ୍ର ଏଭଳି ସ୍ଥିତିକୁ ଆସିଯିବା ବଡ଼ ଦୁର୍ଭାଗ୍ୟଜନକ ବୋଲି ଖଣ୍ଡପୀଠ କହିଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା‌ଙ୍କ ଖଣ୍ଡପୀଠ କହିଛନ୍ତି, ଜଣେ ବିଚାରପତି ଭାବେ ମୁଁ ଏହା ହୃଦ୍‌ବୋଧ କରୁଛି ଯେ, ଅମଲାତନ୍ତ୍ର ସମ୍ପୂର୍ଣ୍ଣ ଭାବେ କିଛି ନକରିବା ଭଳି ଆଚରଣ ଆରମ୍ଭ କରିଛି। ଏହା ସକ୍ରିୟ ରହୁନାହିଁ। ଅମଲାତନ୍ତ୍ର କୌଣସି ନିଷ୍ପତ୍ତି ନେଉନାହିଁ। ‘କେମିତି କାର୍‌କୁ ଅଟକାଇବାକୁ ହେବ, କେମିତି ଗାଡ଼ି ଜବତ କରିବାକୁ ହେବ ଏବଂ କେମିତି ନିଆଁକୁ ଲିଭାଇବାକୁ ହେବ। ବାଲ୍‌ତି ନା ପୋଛା ଦ୍ବାରା ଲିଭାଇବାକୁ ହେବ।

ସବୁ କିଛି କୋର୍ଟ ହିଁ କରିବେ। କାର୍ଯ୍ୟପାଳିକା ଦ୍ବାରା ଏଭଳି ଆଚରଣ ଦେଖିବାକୁ ମିଳିଛି’ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଏହା ସହିତ ଗତକାଲି ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ସ୍ଥିତି ସଂକ୍ରାନ୍ତରେ ‌ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା କାର୍ଯ୍ୟକାରୀ କରିବାପାଇଁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଘରୁ କାମ କରିବାପାଇଁ କହିବା ସପକ୍ଷରେ ନାହାନ୍ତି। କାରଣ ମହାମାରୀ ପାଇଁ ବହୁ ଦିନର ବ୍ୟବଧାନ ପରେ ଏବେ ସ୍ଥିତି ସ୍ବାଭାବିକ ହୋଇଛି। ଦିଲ୍ଲୀରେ ଚାଲୁଥିବା ମୋଟ୍‌ ଗାଡ଼ିର ଖୁବ୍‌ କମ୍‌ ଅଂଶ କେନ୍ଦ୍ର ସରକାରୀ କର୍ମଚାରୀ ଚଳାଉଛନ୍ତି। ସେମାନଙ୍କୁ ବାରଣ କରିବା ଦ୍ବାରା ଏହା ବାୟୁର ମାନ ଉନ୍ନିତ କରିବା ଦିଗରେ ବିଶେଷ କିଛି ପ୍ରଭାବ ପକାଇବନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଦିଲ୍ଲୀ ଏନ୍‌ସିଆର ପାଇଁ ବାୟୁର ମାନ ପରିଚାଳନା କମିସନ୍‌ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥିବା ଶିଳ୍ପସଂସ୍ଥାଗୁଡ଼ିକ ଅସ୍ବୀକୃତ ଇନ୍ଧନ ବ୍ୟବହାର ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି…..

0 Comments

Leave Your Comment

Your email address will not be published. Required fields are marked *

%d bloggers like this: