ଅମର୍ତ୍ତ୍ୟଙ୍କ ସିନେମା ‘ଏଡିୟୁ ଗୋଡାର୍ଡ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନୂଆ ସିନେମା ‘ଏଡିୟୁ ଗୋଡାର୍ଡ’ ଆସନ୍ତା ୨୨ ରୁ ୨୯ ଯାଏ ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ସ୍ଥାନ ପାଇଛି। ଏହି ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଇଛି। ସ୍ବସ୍ତିକ ବ୍ୟାନରରେ ନିର୍ମିତ ହୋଇଥିବା ଏହି ଚିତ୍ରକୁ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଚିତ୍ରରେ ବିଭିନ୍ନ ଭୂମିକାରେ ଚୌଧୁରୀ ବିକାଶ ଦାସ, ସ୍ୱସ୍ତିକ ଚୌଧୁରୀ, ଶଙ୍କର ବସୁ ମଲ୍ଲିକ , ସୁଦର୍ଶୀ ମଧୁସ୍ମିତା, ଅଭିଷେକ ଗିରି , ଶ୍ୱେତପଦ୍ମା ଶତପଥୀ , ସନ୍ଦୀପ ବଳ ଓ ସୁମିତ ପଣ୍ଡା ଅଭିନୟ କରିଛନ୍ତି।


ସିନେମାରେ ମୁଖ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ବିକାଶ ଦାସ। ମାତ୍ର ଅଧ ଘଣ୍ଟାର ଏହି ସିନେମାର ସୁଟିଂ ୨୦୧୯ ମସିହାରୁ ଶେଷ ହୋଇଛି। ମାତ୍ର କୋଡ଼ିଏ ଦିନରେ ଶେଷ ହୋଇଥିବା ଏହି ଫିଲ୍ମର ସୁଟିଂ ଭୁବନେଶ୍ୱର ଆଖପାଖ ଅଞ୍ଚଳ ସମେତ ପୁରୀରେ କରାଯାଇଛି। ସିନେମାର କାହାଣୀ କିଛି ଏମିତି…
‘ଭାରତର ଜଣେ ଗାଉଁଲି ବୃଦ୍ଧ ନିଜ ସାଙ୍ଗମାନଙ୍କ ସହ ଅଶ୍ଳୀଳ ସିନେମା ଦେଖୁଥାଏ। ଦିନେ ଅଚାନକ୍ ସେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଗୋଡାର୍ଡଙ୍କ ଏକ ସିନେମା ଦେଖିଲେ। ଏହାପରେ ତାଙ୍କ ବନ୍ଧୁମାନେ ବ୍ୟଙ୍ଗ କରିବାରେ ଲାଗିଲେ। କିନ୍ତୁ, ନିଜ ପ୍ରୟାସ ବଳରେ ବୃଦ୍ଧ ଜଣଙ୍କ ଗୋଡୱାର୍ଡଙ୍କ ଫିଲ୍ମ ଗୁଡ଼ିକୁ ନେଇ ଏକ ଫିଲ୍ମ ଫେଷ୍ଟିଭାଲ କରିବାରେ ସଫଳ ହେଉଛନ୍ତି। ଫେଷ୍ଟିଭାଲ ପଛର କାହାଣୀକୁ ନେଇ ଏହି ସିନେମା ନିର୍ମିତ ହୋଇଛି ‘। ସୂଚନା ଥାଉ କି, ଜିନ୍ ଲକ୍ ଗୋଡୱାର୍ଡ ଜଣେ ଫ୍ରେଞ୍ଚ-ସ୍ୱିସ୍ ଫିଲ୍ମ ନିର୍ମାତା।

Leave a Reply

Your email address will not be published. Required fields are marked *