୩ହଜାର ତଳକୁ ଖସିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ଯା

୩ହଜାର ତଳକୁ ଖସିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ଯା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି।ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳକୁ ରହିଛି । ୨୪ ଘଣ୍ଟାରେ ରାଜ୍ୟରୁ ମୋଟ ୨୬୯୭ ଆକ୍ରାନ୍ତ ଚିହ୍ନନ୍ତ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୫୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୨୯ । ୧୮ ବର୍ଷ ଭିତରେ ଆଉ ୪୩୫ ସଂକ୍ରମିତ ହୋଇଛନ୍ତି । ୫ଜିଲ୍ଲାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଭିତରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ ଆକ୍ରାନ୍ତ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୨୯୧, କଟକରୁ ୧୩୮, ମୟୂରଭଞ୍ଜରୁ ୧୨୮, ଯାଜପୁରରୁ ଆଉ ୧୨୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟ ୨୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୬୨ହଜାର ୧୦୨କୁ ବୃଦ୍ଧି ପାଇଛି । ସେଥିରୁ ସୁସ୍ଥ ହେଲେଣି ୧୨ଲକ୍ଷ ୨୨ହଜାର ୮୬୭ । ଏବେ ରାଜ୍ୟରେ ୩୦ହଜାର ୪୯୩ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: