ପରିବା ନଥିଲେ ଚିନ୍ତା କରନ୍ତୁ ନାହିଁ, ଦହି ପାମ୍ପଡ଼ରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

ପରିବା ନଥିଲେ ଚିନ୍ତା କରନ୍ତୁ ନାହିଁ, ଦହି ପାମ୍ପଡ଼ରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଖରାଦିନେ ଅଧିକାଂଶ ଲୋକ ଦହି ଖାଇବାକୁ ପସନ୍ଦ କରିଥାନ୍ତି। ଏହାସହ ଦହି ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ ମଧ୍ୟ। ଦହି ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇଥାଏ। ତେବେ ଆପଣ ଦହିରେ ଅନେକ ପ୍ରକାର ଆଇଟମ ଖାଇଥିବେ କିମ୍ବା ତିଆରି କରିଥିବେ। ହେଲେ ଆଜି ଆମେ ଆପଣଙ୍କୁ ଦହି ଆଉ ପାମ୍ପଡରେ ପ୍ରସ୍ତୁତ ଏକ ସ୍ଵାଦିଷ୍ଟ ତରକାରୀ ତିଆରି ବିଷୟରେ କହିବୁ। ଆପଣ ଏହାକୁ ନିଜ ଘରେ ଖାଇବା ସହ କୁଣିଆ ଆସିଲେ ମଧ୍ୟ ପରସୀ ପାରିବେ। ଏହାଛଡା ଯଦି ଆପଣଙ୍କ ଘରେ ପରିବା ସରିଯାଇଛି ତେବେ ଆପଣ ଦହି ପାମ୍ପଡରେ ଏହି ସ୍ଵାଦିଷ୍ଟ ଆଇଟମ କରି ଚିନ୍ତମୁକ୍ତ ହୋଇ ପାରିବେ। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବା ଦହି ପାମ୍ପଡ ତରକାରୀ।

ଆବଶ୍ୟକ ସାମଗ୍ରୀ:

ଦହି – ୨କପ, ମୁଗ ବା ବିରି ପାମ୍ପଡ – ୨/୩ଟି ଆକାର ଦେଖି,ବେସନ – ୨ ଚାମଚ,ବୁନ୍ଦି – ୧ରୁ ୪କପ,ଜିରା – ୧ ଚାମଚ,କଟା ଯାଇଥିବା ଅଦା – ୧ ଚାମଚ,ଗୋଟେ ଛୋଟ ଛୋଟ କଟା ପିଆଜ,ଲଙ୍କାଗୁଣ୍ଡ,ହଳଦୀ ଗୁଣ୍ଡ, ଲୁଣ ଆବଶ୍ୟକତା ଅନୁଯାୟୀ, ଗରମ ମସଲା – ୧ ଚାମଚ,ଧନିଆ ଗୁଣ୍ଡ – ୧ ଚାମଚ,ଶୁଖିଲା ଲଙ୍କା – ୨ଟିଧନିଆପତ୍ର – ଛୋଟ ଛୋଟ କଟା,ହେଙ୍ଗୁ –ଅଳ୍ପ, ତେଲ – ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗ୍ୟାସରେ ତାୱା ବସାଇ ପାମ୍ପଡକୁ ତେଲ ନପକେଇ ଭଲ ଭାବେ ସେକି ଦିଅନ୍ତୁ। ଭାଜିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି ଭାଙ୍ଗି ରଖନ୍ତୁ। ଏବେ ଏକ ପାତ୍ରରେ ଦହି ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏବେ ସେଥିରେ ବେସନ,ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଘାଣ୍ଟନ୍ତୁ। ଏଥିରେ ୨କପ ପାଣି ମିଶାନ୍ତୁ। ଏହାପରେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ଜିରା, କଞ୍ଚାଲଙ୍କା, ଶୁଖିଲା ଲଙ୍କା,କଟା ପିଆଜ ପକାଇ ଭାଜନ୍ତୁ। ଭାଜିବା ପରେ ସାମାନ୍ୟ ହଳଦୀ ଗୁଣ୍ଡ,ଲଙ୍କାଗୁଣ୍ଡ ଲୁଣ, ଓ ରଖି ଥିବା ମିଶ୍ରଣକୁ ପକାନ୍ତୁ। ଏବେ ଏଥିରେ ଭାଜି ରଖିଥିବା ପାମ୍ପଡ ପକାଇ ୩ରୁ ୪ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଧନିଆପତ୍ର ପକାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଦହି ପାମ୍ପଡ ତରକାରୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: