ବିନା ଘିଅରେ ୨୧ ବର୍ଷ ହେଲା ଜଳୁଛି ଦେବୀଙ୍କ ପାଖରେ ଦୀପ!

ବିନା ଘିଅରେ ୨୧ ବର୍ଷ ହେଲା ଜଳୁଛି ଦେବୀଙ୍କ ପାଖରେ ଦୀପ!

ପ୍ରିଜମ ନ୍ୟୁଜ ବ୍ୟୁରୋ:ଭାରତରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଭେଦ କରିବା ଅସମ୍ଭବ। ଏହି ରହସ୍ୟ ଏବଂ ଚମତ୍କାର ବୈଜ୍ଞାନିକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥାଏ। ଅନେକ ମନ୍ଦିରର ରହସ୍ୟ ବହୁ ଗବେଷଣା ପରେ ମଧ୍ୟ ରହସ୍ୟ ହୋଇ ରହିଛି। ଏବେ ଚୈତ୍ର ନବରାତ୍ରୀ ଚାଲିଛି ଏବଂ ଏହି ସମୟରେ ସାରା ଦେଶରେ ଦେବୀ ମା’ଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଛି। ୨ ବର୍ଷ ପରେ, କରୋନା କଟକଣା ହଟିଥିବାରୁ ଭକ୍ତମାନେ ଚଳିତ ବର୍ଷ ପୁନର୍ବାର ମା’ଙ୍କ ମନ୍ଦିର ଯାଇ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଚମତ୍କାରୀ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରି ନାହାନ୍ତି। ଏହାସହ ସ୍ଥାନୀୟ ଲୋକମାନେ ଏହାକୁ ମା’ଙ୍କ ଚମତ୍କାର ଓ ଇଶ୍ୱରିୟ ଶକ୍ତି ବୋଲି କୁହନ୍ତି।

୨୧ ବର୍ଷ ହେଲା ଜଳୁଛି ଅଖଣ୍ଡ ଜ୍ୟୋତି:

ମଧ୍ୟପ୍ରଦେଶର ଗୁନା ଜିଲ୍ଲାର ମାତାଙ୍କର ଏହି ମନ୍ଦିର ଅଛି, ଯେଉଁଠାରେ ଅଖଣ୍ଡ ଜ୍ୟୋତି ଗତ ୨୧ ବର୍ଷ ଧରି ଜଳୁଛି। ମାତାଙ୍କର ଏହି ଅନନ୍ୟ ମନ୍ଦିର ଗୁନା ଜିଲ୍ଲାର ଝଂଝାନ ଗ୍ରାମରେ ଅବସ୍ଥିତ। ଏଠାକୁ ପ୍ରତିବର୍ଷ ନବରାତ୍ରୀ ସମୟରେ ବିଭିନ୍ନ ଆଡୁ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଗାଁର ଲୋକମାନେ କୁହନ୍ତି, ଭଗବାନ ଶିବ ଏବଂ ମା’ ଶକ୍ତିଙ୍କ କୃପାରୁ ଏଭଳି ହେଉଛି। ନବରାତ୍ରୀ ସମୟରେ ଏଠାରେ ଭକ୍ତମାନଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଥାଏ। ଦୂରଦୂରାନ୍ତରୁ ଭକ୍ତମାନେ ଏହି ଅଖଣ୍ଡ ଅଗ୍ନି ଦେଖିବାକୁ ଏଠାକୁ ଆସନ୍ତି।

ମା’ଙ୍କ ଚମତ୍କାର!

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୨୧ ବର୍ଷ ଧରି ଏଠାରେ ଅଖଣ୍ଡ ଜ୍ୟୋତି ମା’ଙ୍କ ଚମତ୍କାର ପାଇଁ ଜଳୁଛି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏଠାରେ ଜଳୁଥିବା ସେହି ଅଖଣ୍ଡ ଜ୍ୟୋତିରେ କେହି ଘିଅ କିମ୍ବା ତେଲ ଢାଳନ୍ତିନାହିଁ, ତଥାପି ଏହି ନିଆଁ ମନକୁ ମନ ବର୍ଷ ବର୍ଷ ଧରି ଜଳି ଆସୁଛି। ଏହି ନିଆଁ କିପରି ଆପେ ଆପେ ଜଳୁଛି, ଏଥିରିକି ଘିଅ କେଉଁଠୁ ଆସୁଛି ତାହା ନେଇ ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି। ରିପୋର୍ଟ ଅନୁଯାୟୀ, ୨୧ ବର୍ଷ ପୂର୍ବେ ଏହି ମନ୍ଦିରରେ ନବରାତ୍ରୀ ସମୟରେ ଗାଁର ପିଲାମାନେ ଟଙ୍କା ଆଦାୟ କରି ମା’ ଦୁର୍ଗାଙ୍କ ସିଂହାସନ ସଜାଇ ୯ ଦିନ ପର୍ଯ୍ୟନ୍ତ ଜ୍ୟୋତି ଜଳାଇଥିଲେ। ସେବେଠାରୁ ଏହି ନିଆଁ କ୍ରମାଗତ ଭାବରେ ଜଳୁଛି।

ଵୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି:

କଥାଟି ଚାରିଆଡ଼େ ପ୍ରଘଟ ହେବା ପରେ ପ୍ରଶାସନିକ ଦଳ ଵୈଜ୍ଞାନିକଙ୍କ ସହିତ ସେ ଗାଁରେ ପହଞ୍ଚିଥିଲେ। ଅନେକ ଅନୁସନ୍ଧାନ କରାଯିବା ସହ ସେଠାରେ ପହରା ମଧ୍ୟ ଅନେକ ଦିନ ପର୍ଯ୍ୟନ୍ତ ଦିଆଯାଇଥିଲା। ଯାହାଦ୍ଵାରା ଅଖଣ୍ଡ ଜ୍ୟୋତିର ରହସ୍ୟ କ’ଣ ବୁଝି ହେବ । କିନ୍ତୁ ଏହି ବିଷୟରେ କୌଣସି ତଥ୍ୟ ଜଣା ପଡ଼ି ନଥିଲା। ଆଶ୍ଚର୍ଯ୍ୟର କଥା, ଅନୁସନ୍ଧାନକାରୀ ଦଳ ମଧ୍ୟ ସେଠାରୁ ଫେରି ମା’ଙ୍କ ଚମତ୍କାର ବୋଲି ଭାବିଥିଲେ। ଏଥି ସହିତ, ମନ୍ଦିରର ପୁରୋହିତ କୁହନ୍ତି ଯେ, ଘିଅ ସ୍ୱୟଂ ଭାବେ ଦୀପକୁ ଆସିଥାଏ। କେବଳ ଦୀପର ବଳିତା ପ୍ରତିଦିନ ବଦଳା ଯାଏ। ଗାଁର ଲୋକମାନେ ମଧ୍ୟ ଏହି ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ କୌଣସି ସଫଳତା ପାଇନଥିଲେ। ଏହାପୂର୍ବରୁ ଏହି ମନ୍ଦିର ସ୍ଥାନରେ ଗୋଟିଏ ଚୌତରା ଥିଲା, ଯେଉଁଠାରେ ଭଗବାନ ଶିବଙ୍କ ଶିବଲିଙ୍ଗ ରହିଥିଲା। ତେବେ ଗ୍ରାମବାସୀ ଟଙ୍କା ସଂଗ୍ରହ କରି ଏହି ମନ୍ଦିରକୁ ଚାରିପଟେ କାନ୍ଥ ଦେଇ ଆବଦ୍ଧ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: