ଖଡ଼ଗେଙ୍କୁ ସମନ, କ’ଣ କରିବେ କଂଗ୍ରେସ ଅଧ୍ୟକ୍ଷ?

ଖଡ଼ଗେଙ୍କୁ ସମନ, କ’ଣ କରିବେ କଂଗ୍ରେସ ଅଧ୍ୟକ୍ଷ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କୋର୍ଟ ସମନ୍ । ପଞ୍ଜାବର ସଙ୍ଗରୁର୍ ଜିଲ୍ଲା କୋର୍ଟ ଖଡ଼ଗେଙ୍କୁ କରିଛନ୍ତି ସମନ୍ । କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ, ତାହାର ଇସ୍ତାହାର ପତ୍ରରେ ଏକ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଥିଲା । ଦଳ କ୍ଷମତାକୁ ଆସିଲେ PFI ଏବଂ ବଜରଙ୍ଗ ଦଳ ଭଳି ସଂସ୍ଥାକୁ ବ୍ୟାନ୍ କରିବାକୁ କହିଥିଲା । ଯାହାକୁ ନେଇ ନିର୍ବାଚନୀ ମୈଦାନରେ ବିଜେପି ବହୁ ହୋହଲ୍ଲା କରିଥିବା ବେଳେ ଅଦାଲତଙ୍କ ଦ୍ବାରସ୍ଥ ହୋଇଛି ବଜରଙ୍ଗ ଦଳ ହିନ୍ଦୁସ୍ଥାନ ।

PFI ସହ ବଜରଙ୍ଗ ଦଳକୁ ତୁଳନା କରିଥିବାରୁ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ଶହେ କୋଟି ଟଙ୍କାର ମାନହାନୀ ମୋକଦ୍ଦମା ଦାଏର୍ କରିଛନ୍ତି ବଜରଙ୍ଗ ଦଳ ହିନ୍ଦୁସ୍ଥାନର ସଭାପତି ହିତେଶ ଭରଦ୍ବାଜ । ଏହି ମାମଲାରେ କଂଗ୍ରେସ ଅଧ୍ୟକ୍ଷଙ୍କୁ କୋର୍ଟ କରିଛନ୍ତି ସମନ୍।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: