୩୩ ବର୍ଷ ପରେ ବି ସରୁନି ବିଲ୍ଡିଂ ନିର୍ମାଣ କାର୍ଯ୍ୟ

୩୩ ବର୍ଷ ପରେ ବି ସରୁନି ବିଲ୍ଡିଂ ନିର୍ମାଣ କାର୍ଯ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠିକୁ ମଣିଷତ ମଣିଷ ପଶୁପକ୍ଷୀ ମଧ୍ୟ ଯିବାକୁ ଭୟ କରନ୍ତି। ଯାହାକୁ ଭୂତିଆ କିମ୍ବା ବିପଦପୂର୍ଣ୍ଣ ସ୍ଥାନ ଭାବେ ବିବେଚିତ କରାଯାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଆକାଶ ଛୁଆ କୋଠା ବିଷୟରେ କହୁଛୁ, ଯାହା ବର୍ତ୍ତମାନ ଦୁନିଆର ସବୁଠାରୁ ଉଚ୍ଚ ନିଛାଟିଆ କୋଠା ବୋଲି କୁହାଯାଏ। ଏହି କୋଠାର ନାମ ଶୁଣି ଲୋକମାନଙ୍କ ହୃଦୟ ଥରି ଉଠେ। ଏହା ହେଉଛି ଉତ୍ତର କୋରିଆର ଏକ ହୋଟେଲ। ଯାହାକୁ ଭୂତ ରହୁଥିବା ସ୍ଥାନ ଭାବେ ବିବେଚନା କରାଯାଏ। କେବଳ ସେତିକି ନୁହେଁ ଏହାକୁ ‘ଅଭିଶାପିତ’ ସ୍ଥାନ ମଧ୍ୟ କୁହାଯାଏ। ପିରାମିଡ୍ ପରି ଆକୃତି ଏହି ଆକାଶ ଛୁଆ କୋଠା ନିର୍ମାଣ କାର୍ଯ୍ୟ ଗତ ୩୩ ବର୍ଷ ଧରି ଶେଷ ହୋଇନାହିଁ, କାରଣ ଲୋକମାନେ ଏଠାକୁ ଯାଇ କଛିନା କିଛି କାରଣ ପାଇଁ ଭୟଭୀତ ହୋଇଯାନ୍ତି।
ଏହି ହୋଟେଲର ଅଫିସିଆଲ୍ ନାମ ହେଉଛି ର୍ୟୁଗୁଙ୍ଗ। ଏହି କୋଠାଟି ୟୁ-କ୍ୟୁଙ୍ଗ ନାମରେ ମଧ୍ୟ ଜଣାଶୁଣା। ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟୋଙ୍ଗ ସହରରେ ଅବସ୍ଥିତ ଏହି ହୋଟେଲର ଉଚ୍ଚତା ୩୩୦ ମିଟର ଏବଂ ଏଥିରେ ୧୦୫ ରୁମ୍ ରହିଛି। ଏହି ହୋଟେଲଟି ବାହାରୁ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ। କିନ୍ତୁ ଉତ୍ତର କୋରିଆର ଲୋକମାନେ ଏହାକୁ ‘ଭୂତ କୋଠା’ ବୋଲି କହୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ହୋଟେଲ ନିର୍ମାଣରେ କୋରିଆ ସରକାର ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ଏହା ପରେ ମଧ୍ୟ ଏହା ତିଆରି ହୋଇପାରୁ ନାହିଁ। ହୋଟେଲରେ ସରକାର ପ୍ରାୟ ୫୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଏହା ‘ପୃଥିବୀର ସବୁଠାରୁ ଉଚ୍ଚ ନିଛାଟିଆ କୋଠା’ ଭାବରେ ଜଣାଶୁଣା। ଏହି ବିଶେଷତା ହେତୁ ଏହାର ନାମ ‘ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ମଧ୍ୟ ସ୍ଥାନ ପାଇଛି।
ଯଦି ଏହି ହୋଟେଲ ସଂପୂର୍ଣ୍ଣ ହୋଇଥାନ୍ତା, ତେବେ ଏହା ଦୁନିଆର ସପ୍ତମ ଉଚ୍ଚତମ କୋଠା ହୋଇଥାନ୍ତା। କେବଳ ଏତିକି ନୁହେଁ, ଏହା ଦୁନିଆର ସର୍ବୋଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲ ରେକର୍ଡ ହାତେଇ ଥାଆନ୍ତି। ଏହାର ନିର୍ମାଣ କାର୍ଯ୍ୟ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା। ଏହାର ସମାପ୍ତି ପାଇଁ ସମୟ ସୀମା ଦୁଇ ବର୍ଷ ରଖାଯାଇଥିଲା। ଯେତେବେଳେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା, ସେତେବେଳେ ଅନେକ ସମସ୍ୟା ଦେଖାଗଲା। ଏହା ପରେ ୧୯୯୨ ମସିହାରେ ଏହାର କାର୍ଯ୍ୟ ବନ୍ଦ କରାଯାଇଥିଲା । ତେବେ ୨୦୦୮ ମସିହାରେ ପୁଣି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଥରକ ସରକାର ୧୨ ବିଲିୟନ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିଛନ୍ତି ବୋଲି କୁହାଯାଏ। କିନ୍ତୁ ସେତେବେଳେ ମଧ୍ୟ ହୋଟେଲ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। ଏହା ପଛରେ କିଛି ଆତ୍ମାର ବାସ ସେଠାରେ ହେଉଥିବାର କୁହାଯାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: