ପୁରୀରେ ବି ହୋଲି ପାଳନ ଉପରେ ଲାଗିଲା କଟକଣା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ହୋଲି ପାଳନ ନେଇ ବିଭିନ୍ନ ଜିଲ୍ଲାରେ କଡ଼ାକଡ଼ି ହେଉଛି କଟକଣା। କୋଭିଡର ଦ୍ବିତୀୟ ଲହରକୁ ନେଇ ଆଜି ପୁରୀରେ ହୋଲି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ ଲାଗୁ ହୋଇଛି କଟକଣା।

ଘର ଭିତରେ ରହି ପରିବାର ସହ ହୋଲି ଖେଳିବାକୁ ରହିଛି ନିର୍ଦ୍ଦେଶ। କଟକଣା ଅନୁପାଳନ ନେଇ ପୋଲିସ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୁରୀରେ ହୋଲି କଟକଣା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଏହା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ହୋଲି ଦୋଳ ପୂର୍ଣ୍ଣିମା ନିୟମ କଡ଼ାକଡ଼ି କରାଯିବା ସହ କଟକଣା ଲାଗୁ ହୋଇଛି।

 ଦୁଇ ଦିନ ତଳେ ବିଏମସି କମିସନର ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ପୃଥକ ପୃଥକ ନିୟମ ପାଳନ ହେବ ବୋଲି ସୂଚନା ଦେଇଥିଲେ। ରାଜଧାନୀରେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି ନିର୍ଦ୍ଦେଶ ରହିଛି l ଠିକ ସେହିପରି ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ ୫ରୁ୬ ଜଣଙ୍କୁ ଯିବାକୁ ଅନୁମତି ମିଳିବ ବୋଲି କମିଶନର କହିଥିଲେ। ମେଳଣରେ ମଧ୍ୟ ସର୍ବାଧିକ ୫୦ ରୁ ୬୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ସୂଚନା ଦିଆଯାଇଥିଲା। ତେବେ ପୁରୀ ଭୁବନେଶ୍ୱର ବ୍ୟତୀତ କଟକ, ଗଞ୍ଜାମ, ମାଲକାନାଗିରି ଆଦି ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ କଟକଣା ଲାଗୁ କରାଯାଇଛି।

%d bloggers like this: