ରାଜ୍ୟରେ ବଢିବ ଶୀତ ଲହରୀ, ୧୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରିଜମ ନ୍ୟୁଜ ବ୍ୟୁରୋ:ସାରା ରାଜ୍ୟରେ ଏବେ ହାଡ଼ ଭଙ୍ଗା ଶୀତ ସାଙ୍ଗକୁ କୁହୁଡି ଦେଖିବାକୁ ମିଳୁଛି। ଏହାସହ ଆଗକୁ ରାଜ୍ୟରେ ଶୀତ ଆହୁରି ବଢିବ ବୋଲି କୁହାଯାଇଛି। ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ଉତ୍ତର- ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ଶୀତ ବଢିବ ବୋଲି କୁହାଯାଇଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ସ୍ୱଭାବିକ ଠାରୁ ରାଜ୍ୟରେ ୪ ରୁ ୬ ଡିଗ୍ରୀ ତାପମାତ୍ରା କମିବ। ବର୍ତ୍ତମାନ ଅନେକ ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି। ଏହାସହ ଶୀତ ଲହରି ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୟେଲୋ ୱାର୍ଣ୍ଣିଂ ଜାରି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ , ଢେଙ୍କାନାଳ, ଦେବଗଡ ଓ ସମ୍ବଲପୁର। ବର୍ତ୍ତମାନ ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡି ପାଲଟି ଥିବା ବେଳେ। ଏଠାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ରହିଛି।

Leave a Reply

Your email address will not be published. Required fields are marked *