୧୫ରେ ସର୍ବଦଳୀୟ ବୈଠକ

୧୫ରେ ସର୍ବଦଳୀୟ ବୈଠକ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନ ପାଇଁ ଆସନ୍ତା ୧୫ତାରିଖରେ ବସିବ ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଦିନ ୧୧ତା ୩୦ ମିନିଟରେ ବସିବ ବୈଠକ। ଅଧିବେଶନର ୧୦ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପୌର ନିର୍ବାଚନ ଯୋଗୁ ସବୁ ବିଧାୟକ ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ଏତେ ଦିନ ଆଗରୁ ଡାକିବାକୁ ପଡିଛି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏଥରକ ବଜେଟ ଅଧିବେଶନ ୬ଦିନ ପାଇଁ ଚାଲିବ। ଭୋଟ ଅନ ଆକାଉଣ୍ଟ ଓ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାକୁ ଥିବାରୁ ଗୃହରେ ସମସ୍ତଙ୍କ ସହଯୋଗ ଦରକାର। ଗୃହ ସୃଖଂଳିତ ସହ ଚାଳିବାରେ ସମସ୍ତ ଦଳ ସହଯୋଗ କରିବାକୁ ବୈଠକରେ ଆଲୋଚନା ହେବ। ରାଜ୍ୟରେ କୋଭିଡ ସ୍ଥିତିରେ ସୁଧାର ଆସିଛି। ସରକାର ବି ଧୀରେ ଧୀରେ କୋଭିଡ଼ କଟକଣା କୋହଳ କରିଛନ୍ତି। ତଥାପି ପୂର୍ବପରି ଗୃହରେ ସଦସ୍ୟମାନଙ୍କ ପାଇଁ ସାମାଜିକ ଦୂରତା ରଖି ଆସନ ବ୍ୟବସ୍ଥା ହେବ କି ନାହିଁ ସେ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଓ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: