ଏହି ଷ୍ଟାରମାନଙ୍କର ନାହିଁ ସୋସିଆଲ ମିଡ଼ିଆ ଆକାଉଣ୍ଟ

ଏହି ଷ୍ଟାରମାନଙ୍କର ନାହିଁ ସୋସିଆଲ ମିଡ଼ିଆ ଆକାଉଣ୍ଟ

ପ୍ରିଜମ ନ୍ୟୁଜ ବ୍ୟୁରୋ:ଆଜିକା ସମୟରେ ସୋସିଆଲ ମିଡ଼ିଆ ସାଧାରଣ ଲୋକଙ୍କୁ ଷ୍ଟାର କରି ଦେଉଛି। ସୋସିଆଲ ମିଡ଼ିଆ ଏବେ ଆମ ସମସ୍ତଙ୍କ ଜୀବନରେ ଏକ ବିଶେଷ ସ୍ଥାନ ନେଇଛି। ଯିବାରୁ ବୃଦ୍ଧା ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ୍ ଏବଂ ତାସହ ସୋସିଆଲ ମିଡିଆରେ ଆକାଉଣ୍ଟ ରହିଛି। ସୋସିଆଲ ମିଡିଆ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି। ଏଭଳି ସ୍ଥଳେ ବଲିଉଡ୍ କଳାକାର ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି ନାହିଁ ବା ତାଙ୍କର ଆକାଉଣ୍ଟ ନାହିଁ କହିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ। କିନ୍ତୁ ଏମିତି କିଛି ବଲିଉଡ ଷ୍ଟାର ଅଛନ୍ତି ଯେଉଁମାନଙ୍କର କୌଣସି ସୋସିଆଲ ମିଡିଆରେ ଆକାଉଣ୍ଟ ନାହିଁ। ତେବେ ଚାଲନ୍ତୁ ଜାଣିବା ଏହି କଳାକାରମାନଙ୍କ ବିଷୟରେ।

ବଲିଉଡରେ ମିଷ୍ଟର ପର୍ଫେକ୍ଟ ଭାବେ ପରିଚିତ ଆମିର ଖାନ ମଧ୍ୟ ସୋସିଆଲ ମିଡ଼ିଆ ଠାରୁ ବହୁ ଦୂରରେ ରହିଛନ୍ତି। ସେ ତାଙ୍କ ନିଜ ପ୍ରଯୋଜନା ସଂସ୍ଥା ଆକାଉଣ୍ଟ ଦ୍ଵାରା ପ୍ରସଂଶଙ୍କୁ ତଥ୍ୟ ଦେଇଥାନ୍ତି। ତେବେ ତାଙ୍କ ଭଣଜା ଇମ୍ରାନ୍ ଖାନ ମଧ୍ୟ ସୋସିଆଲ ମିଡ଼ିଆ ବ୍ୟବହାର କରନ୍ତି ନାହିଁ। ସେହି ପରି ବଲିଉଡ ଚକୋଲେଟ୍ ବଏ ତଥା ବ୍ରହ୍ମାସ୍ତ୍ର ଅଭିନେତା ରଣବୀର କପୁରଙ୍କ ନାମ ଏହି ତାଲିକାରେ ରହିବ। ସେ ଜଣେ ଯୁବ ଆଇକନ୍ ଏବଂ ଆଜିର ଯୁବକମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ସତ୍ତ୍ୱେ ରଣବୀର କପୁର ଇନଷ୍ଟାଗ୍ରାମରେ କିମ୍ବା ଟ୍ୱିଟରରେ ନାହାଁନ୍ତି। କିନ୍ତୁ ଅନେକ ଥର ଚର୍ଚ୍ଚା ହୁଏ ଯେ ରଣବୀର ସୋସିଆଲ ମିଡିଆରେ ଅଛନ୍ତି କିନ୍ତୁ ସେ ନିଜର ପରିଚୟ ଲୁଚାଇ ଏକ ଅଲଗା ନାମରେ ଆଇଡି କରିଛନ୍ତି। ତେବେ କୌଣସି ଆଇଡିରେ କେବେ ତାଙ୍କର ବ୍ୟକ୍ତିଗତ ପୋଷ୍ଟ ବା ଫୋଟ ଦେଖିବାକୁ ମିଳିନି।

ଏହାପରେ ଆସିବ ଛୋଟେ ନବାବ ସୈଫ୍ ଅଲିଙ୍କ ନାମ। ତାଙ୍କ ପତ୍ନୀ କରୀନା କପୁର। ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥିବାବେଳେ ସୈଫ ଅଲି ଖାନ କିନ୍ତୁ ସୋସିଆଲ ମିଡିଆଠାରୁ ଦୁଇ ହାତ ଦୂରତା ରଖିଛନ୍ତି। କୁହାଯାଏ ଯେ ସୈଫଙ୍କୁ ଇନଷ୍ଟା-ଟ୍ୱିଟର ଭଳି ସୋସିଆଲ ମିଡିଆରେ ID ତିଆରି କରିବାକୁ ପସନ୍ଦ ନୁହେଁ । ତେଣୁ ସେ ଏହି ସବୁ ଅସୁବିଧାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି।ଏହାସହ ନବେ ଦଶକର ଚୁଲବୁଲି ନାୟିକା ତଥା ପ୍ରସିଦ୍ଧ ଅଭିନେତ୍ରୀ ରାନୀ ମୁଖାର୍ଜୀ ମଧ୍ୟ ସୋସିଆଲ ମିଡିଆ ଏବଂ ପାପାରାଜିଙ୍କଠାରୁ ଦୂରରେ ରୁହନ୍ତି। ସେ ସୋସିଆଲ ମିଡିଆରେ ରହିବାକୁ ଆଗ୍ରହୀ ନୁହଁନ୍ତି, ସେ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ପସନ୍ଦ କରନ୍ତି। କୌଣସି ଇଭେଣ୍ଟ ବ୍ୟତୀତ ତାଙ୍କର ବା ତାଙ୍କ ପରିବାରର ବ୍ୟକ୍ତିଗତ ଫୋଟ ସୋସିଆଲ ମିଡିଆରେ ଦେଖିବାକୁ ମିଳେ ନାହିଁ। ଏହାସହ ପାପାରାଜିମାନେ ମଧ୍ୟ ତାଙ୍କର ଖୁବ୍ କମ୍ ଫୋଟ ଉଠେଇବାର ସୁଯୋଗ ପାଇଥାନ୍ତି।

ଏହା ପରକୁ ଆସିବ ଜୟା ବଚ୍ଚନଙ୍କ ନାମ । ସୋସିଆଲ ମିଡ଼ିଆ କଥା ଛାଡନ୍ତୁ କ୍ୟାମେରା ଦେଖିଲେ ଜୟା ବଚ୍ଚନ ବିରକ୍ତ ହୁଅନ୍ତି। ତେଣୁ ସେ କେବଳ ପାପାରାଜି ନୁହେଁ ସୋସିଆଲ ମିଡିଆ ଠାରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି। ସୋସିଆଲ ମିଡିଆ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ତାଙ୍କ ପରିବାର ଓ କାମରେ ସମୟ ବିତେଇବାକୁ ପସନ୍ଦ କରନ୍ତି। ଏବଂ ସୋସିଆଲ ମିଡ଼ିଆ ଟ୍ରୋଲିଂ ଠାରୁ ଦୂରେଇ ରହିବାକୁ ଚାହାଁନ୍ତି।

ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ମଧ୍ୟ ନିଜକୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିଛନ୍ତି। ବିଶେଷ କଥା ହେଉଛି ରେଖା ବର୍ତ୍ତମାନ ସମୟରେ ବଲିଉଡରେ କମ୍ ସକ୍ରିୟ ଅଛନ୍ତି, କିନ୍ତୁ ଏହା ସତ୍ତ୍ୱେ ତାଙ୍କର ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି, ସୋସିଆଲ ମିଡିଆରେ ମଧ୍ୟ ତାଙ୍କର କୌଣସି ଆକାଉଣ୍ଟ ନାହିଁ । ତାଙ୍କୁ ବିଭିନ୍ନ ରୀୟଲିଟ ଶୋ, ଆୱାର୍ଡ଼ ଶୋ ରେ ଦେଖିବାକୁ ମିଳୁଛି। ତାଙ୍କୁ ସୋସିଆଲ ମିଡ଼ିଆରେ ବ୍ୟକ୍ତିଗତ ଜୀବନ ପ୍ରକାଶ କରିବାକୁ ପସନ୍ଦ ନୁହେଁ। ସେହିପରି ଅଭିନେତ୍ରୀ ବିଦ୍ୟାବାଲାନ ମଧ୍ୟ ସୋସିଆଲ ମିଡ଼ିଆ ଠାରୁ ବହୁ ଦୂରରେ। ତାଙ୍କୁ ଅନେକ ଇଭେଣ୍ଟରେ ଦେଖିବାକୁ ମିଳିଥାଏ, କିନ୍ତୁ ସେ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: