ବିଜେଡିର କ୍ଲିନ୍ ସ୍ୱିପ: କେଉଁ ଦଳକୁ କେତେ ଭୋଟ୍ ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜ୍ୟର ଦୁଇଟି ଆସନରେ ଶେଷ ହୋଇଛି ଉପନିର୍ବାଚନ। ଉଭୟ ଆସନରେ ବିଜେଡି ବିଜୟୀ ହୋଇଛି। ବାଲେଶ୍ୱର ସଦରରେ ବିଜେପିକୁ ମାତ୍ ଦେଇ ସଦର ସର୍ଦ୍ଦାର ହୋଇଛନ୍ତି ସ୍ୱରୂପ ଦାସ। ୧୩ ହଜାରରୁ ଅଧିକ ଭୋଟରେ ବିଜେପିକୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ। ସେହିପରି ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ବିଜୟୀ ହୋଇଛନ୍ତି। ଉଭୟ ଆସନରେ କଂଗ୍ରେସ ୩ ନମ୍ୱର ସ୍ଥାନରେ ରହିଛି। ତେବେ ଉଭୟ ଆସନରେ ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ତେବେ କେଉଁ ଆସନରେ କିଏ, କେତେ ଭୋଟ୍ ପାଇଛନ୍ତି ଆସନ୍ତୁ ଜାଣିବା:

ବାଲେଶ୍ଵର

କଂଗ୍ରେସ-  ୪,୯୮୩

ବିଜେପି-  ୭୦,୭୪୬

ବିଜେଡି – ୮୪,୦୯୭

ବେଣୁ ବାରିକ – ୧,୨୫୫

ନୋଟା – ୭୦୦

ତିର୍ତ୍ତୋଲ

ବିଜେଡି – ୮୮,୩୧୦

ବିଜେପି ୪୬,୬୦୭

କଂଗ୍ରେସ ୨୮,୭୭୮

ନୋଟା – ୭୮୬

%d bloggers like this: