ବିଜୁ ବାବୁଙ୍କ ନାଁରେ ନାମିତ ହେଉ ପାରାଦୀପ ବନ୍ଦର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପାରାଦୀପ ବନ୍ଦରକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଉ। ଆଜି ରାଜ୍ୟସଭାରେ ଏଭଳି ଦାବି କରିଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଶୂନ୍ୟକାଳରେ ଲିଖିତ ଆକାରରେ ପ୍ରସନ୍ନ ଆଚାର୍ଯ୍ୟ ଏଭଳି ଦାବି କରିଛନ୍ତି। ତାଙ୍କର ଏହି ଦାବିକୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ଡିଏମକେ ସମର୍ଥନ କରିଛନ୍ତି। ଶୂନ୍ୟକାଳରେ ନବ ଉତ୍କଳର ନିର୍ମାତା ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ପାରାଦୀପ ବନ୍ଦର ନାମିତ ହେବା ଉଚିତ୍ ବୋଲି ବିଜେଡି ସାଂସଦ ଦାବି ଜଣାଇଥିଲେ । ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦରର ପ୍ରତିଷ୍ଠାତା ଥିଲେ, ଯାହା ଏବେ ଭାରତର ବଡ଼ ବନ୍ଦରମାନଙ୍କ ମଧ୍ୟରେ ପରିଗଣିତ ହୋଇଛି।

%d bloggers like this: