ସବୁଦିନ ପାଇଁ ନିରବି ଗଲେ ବିଗ୍ ବସ୍ ହିରୋ ସିଦ୍ଧାର୍ଥ ଶୁକ୍ଲା

ସବୁଦିନ ପାଇଁ ନିରବି ଗଲେ ବିଗ୍ ବସ୍ ହିରୋ ସିଦ୍ଧାର୍ଥ ଶୁକ୍ଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଜଗତ ପାଇଁ ଆଜିର ଦିନ ଅତ୍ୟନ୍ତ ଦୁଃଖଦ ଖବର ଆଣି ଦେଇଛି । ଜଣାଶୁଣା ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ସିଦ୍ଧାର୍ଥ ଶୁକ୍ଲାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ହୋଇଥିବା ବେଳେ ହଠାତ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଛି । ମିଳିଥିବା ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ଆଜି ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସିଦ୍ଧାର୍ଥ ଶୁକ୍ଲା ଟିଭି ସିରିଏଲ ବାଲିକା ବଧୂରୁ ଲୋକପ୍ରିୟତା ପାଇଥିଲେ । ଏହା ପରେ ସେ ନିଜ କ୍ୟାରିୟରରେ ପଛକୁ ଫେରିନଥିଲେ । ସେ ସିରିଏଲ ‘ଦିଲ ସେ ଦିଲ ତକ’ରେ ମଧ୍ୟ ନଜର ଆସିଥିଲେ। ସେ ହମ୍ପ୍ଟି ଶର୍ମା କି ଦୁଲହାନିଆ ଚଳଚ୍ଚିତ୍ର ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଖବର ପାଇବା ପରେ ପୁରା ଇଣ୍ଡଷ୍ଟ୍ରି ଚକିତ ହୋଇଯାଇଛି । ଖୁବ୍ କମ୍ ବୟସରେ ଦୁନିଆ ଛାଡିଥିବା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଦୁଃଖକୁ ଦର୍ଶକମାନେ ଏପର୍ଯ୍ୟନ୍ତ ଭୁଲି ନଥିବା ବେଳେ ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଛି । ସେ ବିଗ୍ ବସ୍ ୧୩ର ବିଜେତା ହେବା ସହ ବେଶ ପପୁଲାର ହୋଇଥିଲେ । ପଞ୍ଜାବୀ ଅଭିନେତ୍ରୀ ଶାହନାଜ ଗିଲଙ୍କ ସହ ତାଙ୍କର ଯୋଡି ଦର୍ଶକଙ୍କୁ ବେଶ ପସନ୍ଦ ଆସୁଥିଲା । ଉଭୟଙ୍କୁ ବିଗ୍ ବସ୍ OTT ରେ ମଧ୍ୟ ଦେଖିବାକୁ ମିଳିଥିଲା ​। ଏହାସହ ୱେବ ସିରଜରେ ମଧ୍ୟ ଅଭିନୟ କରିଛନ୍ତି ​।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: