ସଲମାନ ଖାନଙ୍କ ପିନ୍ଧା ଟୱାଲ ନିଲାମ, ଦାମ ଜାଣିଲେ ହୋସ ଉଡ଼ିଯିବ

ସଲମାନ ଖାନଙ୍କ ପିନ୍ଧା ଟୱାଲ ନିଲାମ, ଦାମ ଜାଣିଲେ ହୋସ ଉଡ଼ିଯିବ

ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ପ୍ରଶଂସକ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଅଛନ୍ତି। ତାଙ୍କ ଅଭିନୀତ ସିନେମା ‘ମୁଝସେ ଶାଦୀ କରୋଗୀ’ ବହୁ ବର୍ଷ ପରେ ମଧ୍ୟ ଚର୍ଚ୍ଚାରେ ରହିଛି। ଏଥିରେ ତାଙ୍କର ‘ଜୀନେ କା ହେ ଚାର୍ ଦିନ୍’ ଗୀତଟି ଏବେବି ଗଳିକନ୍ଦି ରେ ବାଜି ଉଠୁଛି। ଡେଭିଡ ଧାୱନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ସହ ପ୍ରିୟଙ୍କା ଚୋପ୍ରା ଏବଂ ଅକ୍ଷୟ କୁମାର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ‘ଜିନେ କା ହେ ଚାର୍ ଦିନ୍’ ଗୀତରେ ସଲମାନ ଖାନଙ୍କ ଦ୍ୱାରା ବ୍ୟବହୃତ ଟାୱଲ ଏବେ ନିଲାମ କରାଯାଇଛି। ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ତେବେ ସଲମାନ ଖାନଙ୍କ ସେହି ଟାୱେଲକୁ ୧,୪୨,୦୦୦ ଟଙ୍କାରେ ନିଲାମ କରାଯାଇଥିଲା। ଏହି ମୂଲ୍ୟ ସାଧାରଣ ଲୋକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ, କିନ୍ତୁ ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଏହି ମୂଲ୍ୟ କିଛି ନୁହେଁ କହିଲେ ଚଳେ। ଫିଲ୍ମ ‘ମୁଝସେ ଶାଦୀ କରୋଗୀ’ ସାଜିଦ ନାଦିଆଡୱାଲାଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ୨୦୦୪ ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ଅମ୍ରିଶ ପୁରୀ, କାଦର ଖାନ, ସତୀଶ ଶାହା ଏବଂ ରାଜପାଲ ଯାଦବ ମଧ୍ୟ ଅଭିନୟ କରିଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: