ଘର ଉଜାଡ଼ି ଦେଲା ବିସ୍ଫୋରଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜଧାନୀର ରାଜଭବନ ନିକଟସ୍ଥ ଇଣ୍ଡିଆନ୍‌ ଅଏଲ୍‌ ଟାଙ୍କିରେ ଘଟିଥିବା ବିସ୍ଫୋରଣ ଯୋଗୁଁ ପ୍ରାୟ ୧ କିଲୋମିଟର ଦୂର ପର୍ଯ୍ୟନ୍ତ ଇଟା ଖଣ୍ଡ ଓ କାଚ ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଟାଙ୍କିର ଆଖପାଖ ଅଞ୍ଚଳରେ ଥିବା ଘର କାନ୍ଥ ଭ‌ାଙ୍ଗି ଇଟା ଖଣ୍ଡ ସବୁ ବହୁ ଦୂରରକୁ ଛିଟିକି ପଡ଼ିଥିଲା।

https://www.facebook.com/photo?fbid=3454644941262416&set=pcb.3454709047922672

ପୁଣି କେତେ ଲୋକଙ୍କର ଘରର ଆଜବେଷ୍ଟସ୍ ଓ ଗାଡ଼ି କାଚ ଭାଙ୍ଗି ଯାଇଥିବା ଦେଖାଯାଇଛି। ସେହିପରି ଝରକା କାନ୍ଥରେ ଲାଗିଥିବା କାଚ ଖଣ୍ଡ ଖଣ୍ଡ ହୋଇ ବହୁ ଦୂର ପର୍ଯ୍ୟନ୍ତ ଛିଞ୍ଚାଡ଼ି ହେଇ ପଡ଼ିଥିଲା।

ଏହା ଦ୍ବାରା ଅନେକ ଆହତ ମଧ୍ୟ ‌ହୋଇଛନ୍ତି। ଦୁର୍ଘଟଣାସ୍ଥଳ ନିକଟସ୍ଥ ଗଙ୍ଗନଗର ଓ ୬ ନମ୍ବର ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସ୍ଥାନୀୟ ଅଧବାସୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବିସ୍ପୋରଣର ଶବ୍ଦ ପ୍ରଚଣ୍ଡ ଥିଲା। ପେଟ୍ରୋଲ ଟାଙ୍କିକୁ ଲାଗି ରହିଥିବା ଏକ ଆପାର୍ଟମେଣ୍ଟର ଜନୈକ ଅଧିବାସୀ କହନ୍ତି ମୁଁ ଟିଭି ଦେଖୁଥିଲି ହଠାତ୍ ବିରାଟ ଶବ୍ଦ ହେବା ସଙ୍ଗେ ସଙ୍ଗେ ଖଣ୍ଡ ଖଣ୍ଡ କାଚ ଆସି ମୋ ଉପରେ ପଡ଼ିଲା। ମୁଁ ଭାବିଲି ଭୂମିକମ୍ପ ହେଲା। କାଚ ଖଣ୍ଡ ବାଜିବା ଫଳରେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ପେଟ୍ରୋଲ୍‌ ପମ୍ପ ପାଖାପାଖି ରହୁଥିବା ଅନେକଙ୍କର ଘରେ କ‌ାଚ ଖଣ୍ଡ ମାଡ଼ ହୋଇଛି। ବିଜୁ ଜନତା ଦଳର ନେତା ରୋହିତ ପୂଜାରୀଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଘରେ ଲାଗିଥିବା କାଚ ସବୁ ଭାଙ୍ଗି ଗୁଣ୍ଡ ହୋଇଯାଇଛି।