ବ୍ୟାକ୍ଟେରିଆ ଲାଇବ୍ରେରୀ, ଅଛି ୧୦୫ ବର୍ଷର ପୁରୁଣା ଭାଇରସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲାଇବ୍ରେରୀ କହିଲେ ସାଧାରଣତଃ ଜଣେ ବୁଝେ ଯେ ଗଦା ଗଦା ବହି ରହିଥିବା ଗୋଟେ କୋଠରୀ, ଯେଉଁଠି ବିନା ମୂଲ୍ୟରେ ବା କିଛି ଭଡ଼ା ଦେଇ ବହି ପଢି ହେବ। ହେଲେ ବ୍ରିଟେନରେ ଥିବା ୧୦୫ ବର୍ଷ ପୁରୁଣା ଲାଇବ୍ରେରୀ ଅନ୍ୟ ଗ୍ରନ୍ଥାଗାର ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଲାଇବ୍ରେରୀରେ ବହି ବଦଳରେ ରହିଛି ବିଭିନ୍ନ ପ୍ରକାରର ଭାଇରସ୍‌। ପୃଥିବୀର ସବୁଠାରୁ ବିପଜ୍ଜନକ ଭାଇରସ୍‌, ଜୀବାଣୁ, ବ୍ୟାକ୍ଟେରିଆ ଏଠାରେ ସଂଗ୍ରହ କରାଯାଇ ରଖାଯାଇଥାଏ। ଭାଇରସ୍ ସଂଗ୍ରହାଳୟ ଭାବେ ପରିଚିତ ଏହି ଲାଇବ୍ରେରୀର ନାମ ହେଉଛି ‘ନ୍ୟାଶନାଲ କଲେକ୍ସନ ଫର୍‌ ଟାଇପ୍‌ କଲଚର’। ବିଶ୍ବର ଯେ କୌଣସି ସ୍ଥାନରୁ ମିଳିଥିବା ଜୀବାଣୁକୁ ଏହି ସ୍ଥାନକୁ ପଠାଯାଇଥାଏ।

୧୯୧୫ ମସିହାରେ ପ୍ରଥମ ବ୍ୟାକ୍ଟେରିଆର ସଂଗ୍ରହ କରାଯାଇଥିବା ବେଳେ ଏବେ ସୁଦ୍ଧା ସେଠାରେ ୬୦୦୦ରୁ ଅଧିକ ବ୍ୟାକ୍ଟେରିଆ ରଖାଯାଇ ସାରିଛି। ଏହି ଲାଇବ୍ରେରୀ ରଖାଯାଇଥିବା ବ୍ୟାକ୍ଟେରିଆ ଏ‌ତେ ଘାତକ ଯେ, ସୁସ୍ଥ ସବଳ ଲୋକଙ୍କୁ ମଧ୍ୟ ରୋଗୀ କରିଦେବ। ଏପରି କି ମୃତ୍ୟୁ ବି ହୋଇଯାଏ। ଏଠାରେ ବ୍ୟାକ୍ଟେରିଆାର ଜୀବିତ ଷ୍ଟ୍ରେନ୍ କୁ ରଖାଯାଉଛି। ଷ୍ଟ୍ରେନ୍ କୌଣସି ପ୍ରଜାତିର ଜେନେଟିକ୍ ଷ୍ଟ୍ରକଚର ହୋଇଥାଏ, ଯାହାକି RNA କିମ୍ବା DNA ଫର୍ମରେ ରହିଥାଏ। ଏଭଳି ୯୦୦୦ ପ୍ରଜାତି ରହିଛି। ଏଭଳି କିଛି ଭାଇରସ୍ ଓ ଫଙ୍ଗସର ସାମ୍ପଲ ମଧ୍ୟ ରହିଛି, କିନ୍ତୁ ବ୍ୟାକ୍ଟେରିଆ ଉପରେ ଏହି ଲାଇବ୍ରେରୀରେ ମୁଖ୍ୟ କାମ ହୋଇଥାଏ।

%d bloggers like this: