୪୫ ବର୍ଷରୁ ଅଧିକ ଶିକ୍ଷକଙ୍କୁ ଦିଆଯିବ କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରାଜଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ କୋରୋନା ଟିକା। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କୋରୋନା ସଂକ୍ରମଣକୁ ଦେଖି ଏହି ପଦକ୍ଷେପ ନେଇଛି ବିଏମସି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ। କୋରୋନା କଣ୍ଟ୍ରୋଲ ପାଇଁ ଟେଷ୍ଟିଂ କରାଯାଉଛି। ଏପ୍ରିଲ ୧ ରୁ ମ୍ୟାସିଭ ଭ୍ୟାକ୍ସିନେସନ କରାଯିବ। ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଦୈନିକ ୬ ହଜାର ଟେଷ୍ଟିଂ କରିବା ପାଇଁ ଟାର୍ଗେଟ୍ ଦିଆଯାଇଛି। ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି। ଷ୍ଟ୍ରିଟ୍ ଭେଣ୍ଡର, ମଲ୍ କର୍ମଚାରୀ, ରେଷ୍ଟୁରାଣ୍ଟ କର୍ମଚାରୀ, ୪୫ ବର୍ଷରୁ ଅଧିକ ବୟସର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଇଲେକ୍ଟ୍ରି ସପ୍ଳାୟରଙ୍କୁ ନେଇ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କର ତାଲିକା କରାଯାଇଛି। ବର୍ତ୍ତମାନ ୧ ରୁ ୨ ମାସ ଭିତରେ ସମସ୍ତଙ୍କୁ ଭ୍ୟାକ୍ସିନେସନ ପ୍ରକ୍ରିୟାରେ ସାମିଲ କରିବା ହେଉଛି ବିଏମସିର ଲକ୍ଷ୍ୟ।
ସେପଟେ ଭୁବନେଶ୍ୱର ଝାରପଡ଼ାସ୍ଥିତ ବାଲାଜୀ ଆପାର୍ଟମେଣ୍ଟରୁ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ସେଠାରେ ଗୋଟିଏ ଟେଷ୍ଟିଂ ଡେସ୍କ କରାଯିବ। ସେହିଭଳି ଓଡିଏମ୍ ସ୍କୁଲରୁ ମଧ୍ୟ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରିହିଛି। କିଛି ସ୍ଥାନକୁ ମଧ୍ୟ ସିଲ୍ କରିଦିଆ ଯାଇଛି।

%d bloggers like this: