ଅଣପଞ୍ଜିକୃତ ଔଷଧର ବିକ୍ରି ପାଇଁ ଶସ୍ତା ମନ୍ତବ୍ୟ ଦେଉଛନ୍ତି ରାମଦେବ

ଅଣପଞ୍ଜିକୃତ ଔଷଧର ବିକ୍ରି ପାଇଁ ଶସ୍ତା ମନ୍ତବ୍ୟ ଦେଉଛନ୍ତି ରାମଦେବ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ : ଏକ ଭାଇରାଲ ଭିଡିଓରେ ରାମଦେବ କହିଥିଲେ ଯେ, ଏଲୋପ୍ୟାଥି ହେଉଛି ଏକ ନିମ୍ନସ୍ତରର ବିଜ୍ଞାନ । ଲକ୍ଷ ଲକ୍ଷ ଲୋକ ଏଲୋପ୍ୟାଥି ସେବନ ଦ୍ୱାରା ପ୍ରାଣ ହରାଇଛନ୍ତି । ଅତୀତରେ ରାମଦେବ ଡାକ୍ତରମାନଙ୍କୁ ହତ୍ୟାକାରୀ ବୋଲି ମଧ୍ୟ ଅଭିହିତ କରିଥିଲେ । ସେପଟେ ଆଇଏମଏ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନର କରୋନା ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବା ନେଇ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପ୍ରାୟ ୧୨ ଶହରୁ ଅଧିକ ଆଧୁନିକ ଏଲୋପ୍ୟାଥି ଡାକ୍ତର ନିଜ ଜୀବନକୁ ବାଜି ଲଗାଇ କରୋନା ବିପକ୍ଷରେ ଲଢ଼େଇ କରୁଛନ୍ତି । ରାମଦେବ ଓ ତାଙ୍କର ସହଯୋଗୀ ଶ୍ରୀ ବାଲକ୍ରିଷ୍ଣ ଜୀ ଅସୁସ୍ଥ ଥିବା ସମୟରେ ଆଧୁନିକ ଏଲୋପ୍ୟାଥି ସେବନ କରିଛନ୍ତି । ତେଣୁ ରାମଦେବଙ୍କ ଏହି ମନ୍ତବ୍ୟ ବାସ୍ତବିକ ପିଲାଳିଆମି ଓ ହାସ୍ୟାସ୍ପଦ ଅଟେ । ରାମଦେବ ନିଜ କମ୍ପାନୀର ବେଆଇନ ଓ ଅଣପଞ୍ଜିକୃତ ଔଷଧର ବିକ୍ରି ପାଇଁ ଏପରି ଶସ୍ତା ମନ୍ତବ୍ୟ ଦେଉଛନ୍ତି । ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ଆଇଏମଏ ପକ୍ଷରୁ ଦାବି କରାଯାଇଛି ।

ତେବେ IMA ଯୋଗଗୁରୁ ରାମଦେବଙ୍କ ଗିରଫ ଦାବି କରିବା ପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛନ୍ତି ବାବା । ବାବା IMA ଏବଂ ଫାର୍ମା କମ୍ପାନୀଙ୍କୁ ପଚାରିଛନ୍ତି ଯେ, ଏଲୋପାଥିରେ ଉଚ୍ଚ ରକ୍ତଚାପ ଏବଂ ଜଟିଳତାର ସ୍ଥାୟୀ ସମାଧାନ କଣ । ତେବେ ଏଲୋପାଥି ସମ୍ବନ୍ଧୀୟ 25ଟି ପ୍ରଶ୍ନ ପଚାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କିଛିଦିନ ତଳେ ଯୋଗ ଗୁରୁ ବାବା ରାମଦେବଙ୍କ ବିବାଦୀୟ ବୟାନର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବାବା ରାମଦେବ କହିଛନ୍ତି ଯେ, ଯେତେବେଳେ କୋଭିଡର 2ଟି ପର୍ଯ୍ୟାୟ ଭ୍ୟାକ୍ସିନ ନେବା ପରେ ବି 1000 ଡାକ୍ତରଙ୍କ ପ୍ରାଣହାନୀ ଘଟିଛି, ତେବେ ସେମାନେ କେମିତି ଡାକ୍ତର ହେଲେ । ରାମଦେବଙ୍କ ଏହି ବିବୃତ୍ତି ପରେ ଏକ ବଡ ବିବାଦ ସୃଷ୍ଟି ହୋଇଛି । ଏହି ଭିଡିଓ ପରେ IMA ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ବାବାଙ୍କ ଗିରଫଦାରି ଦାବି କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: