ଅଲିଭ ରିଡଲେଙ୍କ ସୁରକ୍ଷା କରିବ  ମୋବାଇଲ୍ ଆପ!

ଅଲିଭ ରିଡଲେଙ୍କ ସୁରକ୍ଷା କରିବ ମୋବାଇଲ୍ ଆପ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା କରିବ ଅତ୍ୟାଧୁନିକ ମୋବାଇଲ ଆପ୍। ଏମ. ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାର ଏହି ଆପ୍‌ ବିକଶିତ କରିଛନ୍ତି। ଏହି ଆପର ନାମ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ (FFMA) ରଖାଯାଇଛି। ଏହା ମାଛଧରା ନିଷିଦ୍ଧାଞ୍ଚଳ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ମଧ୍ୟ ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ଦେଖାଯାଉଥିବା ବିରଳ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଏହି ଆପ୍ ବ୍ୟବହାର ହେବ। ଏହା ଏକ ଅଫଲାଇନ ମୋବାଇଲ ଆପ୍ଲିକେସନ। ଏହାର ବ୍ୟବହାର ପାଇଁ ଇଣ୍ଟରନେଟର ଆବଶ୍ୟକତା ନାହିଁ। ମତ୍ସ୍ୟଜୀବୀମାନେ ବିନାମୂଲ୍ୟରେ ଏହି ଆପକୁ ନିଜ ସ୍ମାର୍ଟ ଫୋନରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସଂପର୍କରେ ଜାଣିପାରିବେ। ସମୁଦ୍ର ଭିତରେ ଏହା ବିନା ଇଣ୍ଟରନେଟରେ ଅଫଲାଇନ କାମ କରିବ ବୋଲି କୁହାଯାଇଛି। ଏହା ବ୍ୟତୀତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି, ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର-INCOIS ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଜାଣି ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: