ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ

ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ନନ୍ଦନକାନନରେ ବିରଳ ଆଫ୍ରିକୀୟ ସିଂହର ମୃତ୍ୟୁ । ଖୁଆଡ ଭିତରେ ବିଷାକ୍ତ ସର୍ପ ଦଂଶନ କାରଣରୁ ସିଂହଟିର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏହି ସିଂହ ମୃତ୍ୟୁ ପରେ ନନ୍ଦନକାନନରେ ଏବେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି । ସୂଚନା ଅନୁଯାୟୀ, ନନ୍ଦନକାନନର ଖୁଆଡ଼ ନମ୍ବର ୩୦ (ଖ)ରେ ରହୁଥିବା ଆଫ୍ରିକୀୟ ସିଂହର ମୃତ୍ୟୁ ହୋଇଛି । ଖୁଆଡ଼ ଭିତରେ ବିଷାକ୍ତ ସାପର ଦଂଶନରେ ସିଂହର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ଏବେ ଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।ସିଂହର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତେବେ ଏବେ ଏହି ଆଫ୍ରିକୀୟ ସିଂହର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: