ଭାଲେଣ୍ଟାଇନ୍ସରୁ ଏକାଠି ନଜର ଆସିବେ ସଲ୍‌ମାନ-କ୍ୟାଟ୍‌

ଭାଲେଣ୍ଟାଇନ୍ସରୁ ଏକାଠି ନଜର ଆସିବେ ସଲ୍‌ମାନ-କ୍ୟାଟ୍‌

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କ୍ୟାଫ ବିବାହ କରିଛନ୍ତି। ତେବେ ବର୍ତ୍ତମାନ ନିଜର ଅଭିନୟ କ୍ଷେତ୍ରକୁ ଫେରିଛନ୍ତି କ୍ୟାଟ୍‌। ଖୁବ୍‌ଶୀଘ୍ର ପୁଣିଥରେ ଏକାଠି ନଜର ଆସିବେ ସଲ୍‌ମାନ-କ୍ୟାଟ୍‌। ତେବେ ପ୍ରକୃତ ଜୀବନରେ ନୁହେଁ। ଉଭୟଙ୍କ ଅପ୍‌କମିଂ ଫିଲ୍ମ ‘ଟାଇଗର-୩’ର ଶୁଟିଂ ପାଇଁ ସେମାନେ ଦର୍ଶକଙ୍କ ନିକଟକୁ ଫେରିବେ। ୩୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମର ୍‌ନିର୍ଦ୍ଦେଶନା ଦେଉଛନ୍ତ ମନିଷ ଶର୍ମା । ମୁମ୍ବାଇସ୍ଥିତ ୟଶ୍‌ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଶନିବାର ଶୁଟିଂ ଆରମ୍ଭ ହେବ। ଆସନ୍ତା ୧୪ ତାରିଖରୁ କିଛି ଦିନ ପାଇଁ ଆଉଟ୍‌ଡୋର ଶୁଟିଂ ପାଇଁ ଉଭୟ ସଲ୍‌ମାନ-କ୍ୟାଟ୍‌ ନୂଆଦିଲ୍ଲୀ ଯିବେ। କ୍ୟାଟ୍ରିନାଙ୍କ ବିବାହ ପରେ ସଲ୍‌ମାନଙ୍କ ସହିତ ଏହା ହେଉଛି କ୍ୟାଟ୍ରିନାଙ୍କ ପ୍ରଥମ ଥର ପାଇଁ ସିନେମା ଶୁଟିଂ। ସୂଚନା ଅନୁଯାୟୀ, ଅନ୍‌-ସ୍କ୍ରିନ୍‌ରେ ଦୁହିଁଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥାନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: