ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଥାଇ ଫ୍ରାଏ

ଘରେ ପ୍ରସ୍ତୁତ କରନ୍ତୁ ଚିକେନ ଥାଇ ଫ୍ରାଏ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ଚିକେନରେ ଖାଦ୍ୟ ଘରେ ବା ହୋଟେଲରେ ଖାଇଥିବେ। ଚିକେନରେ ପ୍ରସ୍ତୁତ ସ୍ନାକସ ଯଥା, ଚିକେନ ପକୋଡା, ଲଲିପପ୍ ଇତ୍ୟାଦି ଖାଇଥିବେ କିନ୍ତୁ ଚିକେନ ଥାଇ ଫ୍ରାଏ ଥରେ ଖାଇଲେ ତାର ସ୍ବାଦ ଭୁଲି ପାରିବେନି। ଏହାର କ୍ରିସପୀ ଅନ୍ଦାଜ ପ୍ରାୟ ସମସ୍ତ ଚିକେନ ପ୍ରେମିକୁ ବେଶ ପସନ୍ଦ ଆସିବ। ଏହାକୁ ଆପଣ ଏହାକୁ ଘରେ ନିଜେ ଖାଇବା ପାଇଁ ବା ଛୁଟ ଛୋଟ ପାର୍ଟି ପାଇଁ ତିଆରି କରିପାରିବେ। ଚାଲନ୍ତୁ ଜାଣିବା ଚିକେନ ଥାଇ ଫ୍ରାଏ କିପରି ତିଆରି କରିବା…

ଆବଶ୍ୟକ ସାମଗ୍ରୀ :୫୦୦ ଗ୍ରାମ ଫ୍ରେସ ଚିକେନ , ୧-ଚାମଚ ଅଦାରସୁଣ ବଟା, ୨ଚାମଚ ଅଲିଭ ଅଏଲ, ଅଧ ଚାମଚ ଇଟାଲିଆନ ସିଜନିଂ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ଅଧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ପିଆଜ ଗୁଣ୍ଡ, ସ୍ବାଦାନୁସାରେ ଲୁଣ। ଆବଶ୍ୟକ ଅନୁଯାୟୀ ରିଫାଇନ ତେଲ। କିଛି ଧନିଆ ପତ୍ର ଛୋଟ ଛୋଟ କଟା ଓ ପିଆଜ ସଜେଇବା ପାଇଁ।

ପ୍ରସ୍ତୁତ ପ୍ରଣାଳୀ : ଚିକେନ ଥାଇ ତିଆରି କରିବା ପାଇଁ ପ୍ରଥମେ ଚିକେନ ଥାଇକୁ ଭଲ ଭାବେ ଧୋଇ ସଫା କରନ୍ତୁ। ଏକ ବେକିଂ ଟ୍ରେକୁ ଚିକ୍କଣ କରି ଏହା ଉପରେ ବଟର ପେପର ପକାନ୍ତୁ। ଅନ୍ୟ ଏକ ପାତ୍ରରେ ରସୁଣ ଗୁଣ୍ଡ, ଇଟାଲିଆନ ସିଜନିଂ, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶ୍ରଣ କରି ମସଲା ପ୍ରସ୍ତୁତ କରନ୍ତୁ। ବେକିଂ ଟ୍ରେରେ ଚିକେନ ଥାଇ ରଖି ଭଲ ଭାବେ ସେଟ କରନ୍ତୁ ଓ ଉପରେ ତେଲ ସିଞ୍ଚନ୍ତୁ। ମସଲାକୁ ଚିକେନ ଥାଇ ଉପରେ ଭଲ ଭାବେ ରଖି ଏହାକୁ ୪୦ ମିନିଟ ମାଇକ୍ରୋୱେଭରେ ବା ଗ୍ୟାସରେ କଡ଼େଇ ବସାଇ ବେକ କରନ୍ତୁ। ଭଲ ଭାବେ ବେକ ହେବା ପରେ ଚିକେନ ଥାଇକୁ ପ୍ଲେଟକୁ ବାହାରକରି ସେଥିରେ କଟା ପିଆଜ, ଧନିଆ ପତ୍ର ସହ ସଜାଇବା ସହ ଚଟଣୀ ବା ଶସ୍ ସହ ପରଷନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: