ଦଉଡ଼ି ଖଣ୍ଡ ପରି ମୋଡ଼ି ହେଉଛି ଏହି ପଥର

ଦଉଡ଼ି ଖଣ୍ଡ ପରି ମୋଡ଼ି ହେଉଛି ଏହି ପଥର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଥର ସବୁଠାରୁ କଠିନ ପଦାର୍ଥ ହୋଇଥାଏ, ଯାହାକୁ ଭାଙ୍ଗିବା କଷ୍ଟକର। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ପଥର ଅଛି ଯାହା ଆଦୌ କଠିନ ନୁହେଁ, ଏହା ରବର ପରି କୋମଳ ଓ ଦୌଡିପରି ମୋଡ଼ି ହୋଇଯାଏ ମଧ୍ୟ। ବିଶ୍ବାସ ନହେଲେ ବି ସତରେ ଏମିତି ପଥର ଆମ ବିଶ୍ବରେ ରହିଛି । ଆଜି ଆମେ ଆପଣଙ୍କୁ ସେହିପରି ନମନୀୟ ପଥର ବିଷୟରେ କହୁଛୁ।
ସେହି ପଥରକୁ ଇଟାକୋଲୁମାଇଟ୍ କୁହାଯାଏ। ଯାହାକି ଏକ ପ୍ରକାର ବାଲୁକା ପଥର। ଏହି ପଥରର ବିଶେଷତ୍ୱ ​​ହେଉଛି ଯଦି ଏହା ଷ୍ଟ୍ରିପ ଆକାରରେ କଟାଯାଏ, ତେବେ ଏହା ବହୁତ ନମନୀୟ ହୋଇଯାଏ। ଏତେ ନରମ ହେଲେ ମଧ୍ୟ ଏହା ସହଜରେ ଭାଙ୍ଗେ ନାହିଁ। ପଥରଟି ପ୍ରଥମେ ଯେଉଁ ସ୍ଥାନରୁ ମିଳିଥିଲା ​​ସେହି ସ୍ଥାନ ଅନୁଯାୟୀ ଏହାର ନାମ କରଣ ହୋଇଛି। ଏହା ପ୍ରଥମେ ବ୍ରାଜିଲର ମିନାସ୍ ଜେରାଇସରେ ମିଳିଥିଲା, କିନ୍ତୁ ବର୍ତ୍ତମାନ ଏହା ପୃଥିବୀର ଅନେକ ସ୍ଥାନରେ ଦେଖିବାକୁ ମିଳେ। ଇଟାକୋଲୁମାଇଟ୍ ଜର୍ଜିଆ, ଆମେରିକାର ଉତ୍ତର କାରୋଲିନାରେ ଓ ଭାରତର ହରିୟାଣାର କାଲିଆନାରେ ମଧ୍ୟ ଦେଖିବାକୁ ମିଳେ। ଏହା ପଥର ନିର୍ମାଣ କାରୁ କାର୍ଯ୍ୟରେ ମଧ୍ୟ ବ୍ୟବହୃତ ହୁଏ। ଏହା ୧ ସେମି ମୋଟା ଓ ୨୦ ସେମି ଲମ୍ବା ପ୍ଲେଟରେ ତିଆରି ହୋଇଛି। କାନ୍ଥ କିମ୍ବା ଚଟାଣରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଯେତେବେଳେ ଏହାକୁ ପତଳା ଓ ଲମ୍ବା କରି କଟାଯାଏ, ସେତେବେଳେ ଏହି ପଥରର ପ୍ରକୃତ ବିଶେଷତ୍ଵ ଦେଖିବାକୁ ମିଳେ। ପଥର ଏତେ ନମନୀୟ ହୋଇଯାଏ ଯେ ବୈଜ୍ଞାନିକମାନେ ମଧ୍ୟ ଏହାର ଗୁଣ ଦ୍ୱାରା ଦୀର୍ଘ ସମୟ ଧରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଯଦି ଇଟାକୁଲୁମାଇଟର ୩୦ କିମ୍ବା ୬୦ ସେମି ଲମ୍ବା ଷ୍ଟ୍ରିପ୍ କୋଣରେ ଟଙ୍ଗାଯାଏ, ତେବେ ଏହାର ଓଜନ ହେତୁ ଏହା ବଙ୍କା ହୋଇଯିବ। ଅନେକ ଲୋକ ଏହାକୁ ଯାଦୁ ବୋଲି ଭାବନ୍ତି, କିନ୍ତୁ ଏହା କେବଳ କେତେକ ଉପାଦାନ ଉପସ୍ଥିତି ପାଇଁ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: