ଟରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ଡିଜିଟାଲ ସ୍କ୍ରିନିଂ, ‘ଦେଶୀଗର୍ଲ’ ଆମ୍ୱାସାଡର

ଟରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ଡିଜିଟାଲ ସ୍କ୍ରିନିଂ, ‘ଦେଶୀଗର୍ଲ’ ଆମ୍ୱାସାଡର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡର ‘ଦେଶୀଗର୍ଲ’ ପ୍ରିୟଙ୍କା ଚୋପ୍ରା ସଫଳତାର ଆଉ ଏକ ପାହାଚ ଚଢ଼ିଛନ୍ତି। ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୦ର ଆମ୍ୱାସାଡର ଭାବେ ତାଙ୍କ ନାଁ ଚୟନ କରାଯାଇଛି । ତାଙ୍କ ଇନଷ୍ଟାଗ୍ରାମରେ ସେ ଏ ବିଷୟରେ ପୋଷ୍ଟ କରିଛନ୍ତି । ଏହାସହ ଏହାକୁ ନେଇ ସେ ବେଶ୍ ଖୁସି ଥିବା କହିଛନ୍ତି । ସେହିପରି ଟରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲକୁ ପ୍ରିୟଙ୍କା ନିଜର ଦ୍ୱିତୀୟ ଘର ବୋଲି କହିଛନ୍ତି।

ପ୍ରତିବର୍ଷ ଟରଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ୫୦ ଜଣ ଫିଲ୍ମ ମେକର୍ସ ଏବଂ ଅଭିନେତା-ଅଭିନେତ୍ରୀଙ୍କୁ ଆମ୍ୱାସଡର ଭାବେ ଚୟନ କରିଥାଏ। କିନ୍ତୁ, କୋରୋନା ଯୋଗୁ ଚଳିତବର୍ଷ ଟରଣ୍ଟୋ ଫିଲ୍ମ ଫେଷ୍ଟିଭାଲ ଡିଜିଟାଲ ସ୍କ୍ରିନିଂ କରିବା ସହ ଭର୍ଚୁଆଲ ରେଡ୍ କାର୍ପେଟ୍ ପ୍ରସ୍ତୁତ କରିବାର ଯୋଜନା କରିଛି । ଆସନ୍ତା ସେପ୍ଟେମ୍ୱର ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: