IED ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କ ବସ୍ ଉଡାଇଲେ ନକ୍ସଲ, ୩ ଯବାନ ମୃତ, ୧୫ ଗୁରୁତର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପୁଣି ରକ୍ତମୁଖା ହୋଇ ଉଠିଛନ୍ତି ନକ୍ସଲ । ଛତିଶଗଡରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଏକ ବସ୍ ଉପରେ ଆକ୍ରମଣ କରିଛନ୍ତି। ନକ୍ସଲମାନେ ଆଇଡି(IED) ବିସ୍ଫୋରଣ କରି ସୁରକ୍ଷାକର୍ମୀଙ୍କ ଗାଡିକୁ ଉଡ଼ାଇ ଦେଇଛନ୍ତି। ଏହି ଆକ୍ରମଣରେ ଜିଲ୍ଲା ରିଜର୍ଭ ଗାର୍ଡର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଛତିଶଗଡ଼ର ଡିଜିପି ଡିଏମ ଅବସ୍ତି କହିଛନ୍ତି ଯେ, ନାରାୟଣପୁର ଜିଲ୍ଲାରେ ନକ୍ସଲ ଏହି ନାରକୀୟ କାଣ୍ଡ ଘଟାଇଛନ୍ତି। ଆହତ ହୋଇଥିବା ଯବାନଙ୍କ ମଧ୍ୟରୁ ୫ ଜଣକ ଅବସ୍ଥା ଗୁରୁତର ରହିଥିବାର ସେ କହିଛନ୍ତି । କାଡେନାର ଏବଂ କାନହାରଗାଓଁ ମଝିରେ ଯବାନ ମାନେ ଯାଉଥିବା ବେଳେ ସେମାନଙ୍କ ବସ୍‌ ଉପରେ ଆକ୍ରମଣ କରାଯାଇଥିଲା। ତେବେ ୨୪ ଡିଆରଜି ମାନେ ଏକ ଅପରେସନ ସାରି ଫେରୁଥିବା ବେଳେ ନକ୍ସଲ ମାନେ ସେମାନଙ୍କ ବସ୍ ଉପରକୁ ଆକ୍ରମଣ କରିଥିଲେ ।

ଘଟଣାର କିଛି ସମୟ ଭିତରେ ଆଇଟିବିପିର ୪୫ ବାଟାଲିୟନ ଯବାନମାନେ ସେଠାରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ  ନେଇଥିଲେ।

%d bloggers like this: